ETV Bharat / city

ଦ୍ବିତୀୟ ଦିନରେ ମଧ୍ୟ ଗୃହ ଅଚଳ; ଚାଲିଛି ସର୍ବଦଳୀୟ ବୈଠକ - ଗୃହ ମୁଲତବୀ

ଦ୍ବିତୀୟ ଦିନରେ ମଧ୍ୟ ଧୋଇଗଲା ପ୍ରଶ୍ନକାଳ ସହ ଶୂନ୍ୟକାଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ମୁଲତବୀ । ପଢନ୍ତୁ ସଂପୂର୍ଣ୍ଣ ଖବର...

assembly adjuroms
assembly adjuroms
author img

By

Published : Feb 15, 2020, 6:16 PM IST

ଭୁବନେଶ୍ବର: ଶୁକ୍ରବାର ବାଚସ୍ପତି ଦେଇଥିବା ରୁଲିଂକୁ ନେଇ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ଶନିବାର ମଧ୍ୟ ଚାଲିପାରିଲା ନାହିଁ ପ୍ରଶ୍ନକାଳ ଓ ଶୂନ୍ୟକାଳ । ଅପରାହ୍ଣରେ ମଧ୍ୟ ସେହି ସମାନ ତାତି । ଶନିବାର ଗୁରୁତ୍ବପୂର୍ଣ 6 ଗୋଟି ବିଭାଗର ଆଲୋଚନା ହେବାକୁ ଥିବା ବେଳେ କୌଣସି ଆଲୋଚନା ହୋଇ ପାରିନାହିଁ । 5 ଥର ଗୃହ ମୁଲତବୀ କରିବା ପରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଦ୍ବିତୀୟ ଦିନରେ ମଧ୍ୟ ଗୃହ ଅଚଳ; ଚାଲିଛି ସର୍ବଦଳୀୟ ବୈଠକ

ବିରୋଧୀ ଦାବି କରିଛନ୍ତି ବାଚସ୍ପତି ତାଙ୍କ ରୁଲିଂର ପୁନର୍ବିଚାର କରନ୍ତୁ । ଶୁକ୍ରବାର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ସମୟରେ ଅଫିସର ଗ୍ୟାଲେରୀ ଖାଲିଥିବାରୁ ଏହାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ରୁଲିଂ ଦେଇଥିଲେ ଯେ ଗଣମାଧ୍ୟମ ଏହାକୁ ପ୍ରଚାର ପ୍ରସାର କରିପାରିବେ ନାହିଁ । ତେବେ ଶନିବାର ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଏହାକୁ ନେଇ ଉଭୟ ବିରୋଧୀ ଗୃହରେ ହଙ୍ଗାମା କରିଥିଲେ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ବାଚସ୍ପତି ତାଙ୍କ ରୁଲିଂର ପୁନର୍ବିଚାର କରନ୍ତୁ ।

ସେହିପରି କଂଗ୍ରେସ ଅଭିଯୋଗ କରିଛି ଏଠି ବ୍ରିଟିଶ ରାଜ ଚାଲିଛି । ବାଚସ୍ପତି ଗଣମାଧ୍ୟମ ଉପରେ ରୋକ ଲଗାଇ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଯଦି ବିଧାୟକଙ୍କ କଥା ବାଚସ୍ପତି ଶୁଣୁଥାନ୍ତେ ତେବେ ଆମେ ଗୃହର ମଧ୍ୟ ଭାଗକୁ ଯାଆନ୍ତୁ ନାହିଁ । ଯଦି ଲୋକସଭା ଓ ରାଜ୍ୟସଭା ଅନୁଯାୟୀ କୌଣସି ବିଧିବ୍ୟବସ୍ଥା ରହିଛି ତେବେ ବାଚସ୍ପତି ବିରୋଧୀଙ୍କୁ ଡାକି ଆଲୋଚନା କରନ୍ତୁ । ତୁରନ୍ତ ବାଚସ୍ପତି ଏହି ରୁଲିଂର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ତେବେ ଗୃହ ଚଳାଇବା ପାଇଁ ବାଚସ୍ପତି ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସମ୍ଭବ ହୋଇନଥିଲା । ବିରୋଧୀଙ୍କ ଏଭଳି ଆଚରଣକୁ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟଯେ ପ୍ରଶ୍ନକାଳରେ ମାତ୍ର 4 ମିନିଟ ଗୃହ ଚାଲିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.