ETV Bharat / city

ଶୀତ ଅଧିବେଶନର ଦ୍ବିତୀୟ ଦିନ; ଆସନ୍ତାକାଲି ଯାଏ ଗୃହ ମୁଲତବୀ

author img

By

Published : Nov 21, 2020, 10:20 AM IST

Updated : Nov 21, 2020, 5:53 PM IST

ଶୀତ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭ
ଶୀତ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭ

17:48 November 21

ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ସର୍ବଦଳୀୟ ବୈଠକ ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ଆସନ୍ତାକାଲି ସରକାରୀ ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିବେ ବୋଲି ସର୍ବଦଳୀୟ ବୈଠକରେ ହୋଇଛି ନିଷ୍ପତି । ଏହାସହ ଆଜି ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହେବା ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ହୋଇଛି । 

16:44 November 21

ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ

ଗୃହରେ ହୋହଲ୍ଲା ଲାଗିରହିଥିବାରୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ସର୍ବଦଳୀୟ ବୈଠକ ପରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।  

15:43 November 21

ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଚାଲିପାରୁନି ଗୃହ । ବିଭିନ୍ନ ପ୍ରସଙ୍ଗରେ ବିଜେପି, କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ଜାରି । ପୁଣି ଗୃହକୁ 20 ମିନିଟ୍‌ ମୁଲତବୀ ଘୋଷଣା କଲେ ବାଚସ୍ପତି । ଗୃହକୁ ସୁରୁଖୁରୁରେ ଚଳାଇବାକୁ ଡାକିଲେ ସର୍ବଦଳୀୟ ବୈଠକ । 

15:15 November 21

ପୁଣି ଆରମ୍ଭରୁ ହୋହଲ୍ଲା, ମୁଣ୍ଡ ପିଟିଲେ ତାରା

ବିଧାନସଭାରେ ଅପରାହ୍ନରେ ଅଧିବେଶନ ଆରମ୍ଭରୁ ପୁଣି ହୋହଲ୍ଲା ଆରମ୍ଭ ହୋଇଛି । ସ୍କୁଲ ବନ୍ଦ ପ୍ରତିବାଦରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍‌ ଆଗରେ ଥିବା କାଚରେ ମୁଣ୍ଡ ବାଡେଇଛନ୍ତି । ଫଳରେ ଗୃହକୁ 10 ମିନିଟ୍‌ ପାଇଁ ମୁଲତବୀ ଘୋଷଣା କରାଯାଇଛି ।  

14:57 November 21

ମୁଲତବୀ ପରେ ଗୃହ ଆରମ୍ଭ

ହାଜତ ମୃତ୍ୟୁକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ଗୃହକୁ ଅପରାହ୍ନ 3ଟା ଯାଏ ମୁଲତବୀ ରଖାଯାଇଥିଲା । ମୁଲତବୀ ପରେ ପୁଣି ଥରେ ଗୃହକାର୍ଯ୍ୟ ଆରମ୍ଭ ହୋଇଛି । 

12:29 November 21

ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ଘୋଷଣା

ଭୁବନେଶ୍ବର: ସ୍କୁଲ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ନେଇ ବାଚସ୍ପତିଙ୍କୁ ଦାବି କଲେ ବିଜେପି ଓ କଂଗ୍ରେସ । ସର୍ବଦଳୀୟ ବୈଠକରେ ସ୍କୁଲ ବନ୍ଦ ପ୍ରସଙ୍ଗ ଆଲୋଚନା ପାଇଁ ଦାବି ।ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ହୋହଲ୍ଲା ପରେ ଗୃହକୁ 3ଟା ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

12:22 November 21

ସ୍କୁଲ ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ସୂଚନା; ଗାଇଡଲାଇନ ଅନୁସାରେ ବନ୍ଦ ହୋଇଛି ସ୍କୁଲ

ଭୁବନେଶ୍ବର: ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ସୂଚନା । ଗାଇଡଲାଇନ ଅନୁସାରେ ସ୍କୁଲ ବନ୍ଦ ହୋଇଛି । ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ କମିଟି ହୋଇଛି । କମିଟି ନିଷ୍ପତ୍ତି ଆଧାରରେ ସ୍କୁଲ ବନ୍ଦ କରାଯାଇଛି ।  

11:52 November 21

15 ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ଭୁବନେଶ୍ବର: ଶୀତ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ବିରୋଧୀଙ୍କ ଗର୍ଜନ । 15 ମିନିଟ ପାଇଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।

11:48 November 21

ବିଧାନସଭାରେ ଉଠିଲା କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଉଠିଲା କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ନିଷ୍ପତ୍ତିକୁ କଂଗ୍ରେସର ବିରୋଧ । ବ୍ରିଟିଶ ରାଜ ଚାଲିଛି କହି ସମାଲୋଚନା କଲେ ବିଧାୟକ ତାରା ବାହାନୀପତି । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ । ଆସନ୍ତା 2 ଦିନ ମଧ୍ୟରେ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ।

11:17 November 21

ହାଜତ ମୃତ୍ୟୁ ମାମଲାକୁ ନେଇ ଗର୍ଜିଲେ ନରସିଂହ । କହିଲେ ସରକାର ହାଥରସ ଘଟଣାରୁ ହୋଇଛନ୍ତି ଅନୁପ୍ରାଣିତ ।

ଭୁବନେଶ୍ବର: ଆଇନ ଶୃଙ୍ଖଳାକୁ ନେଇ ଗୃହରେ ଗର୍ଜିଲେ କଂଗ୍ରେସ ବିଧାନସଭା ଦଳର ନେତା ନରସିଂହ ମିଶ୍ର । ଆଇନ ଶଙ୍ଖଳା ନାହିଁ ଚାଲିଛି ଜଙ୍ଗଲରାଜ । ପୋଲିସ ସରକାର ସମସ୍ତେ ଚୁପ । ହାଜତ ମୃତ୍ୟୁ ମାମଲରେ ସରକାର ହାଥରସ ଘଟଣାରୁ ଅନୁପ୍ରାଣିତ ହୋଇଥିବା କହିଲେ ନରସିଂହ ମିଶ୍ର । 

11:04 November 21

ଶୀତ ଅଧିବେଶନର ଦ୍ବିତୀୟ ଦିନ; ପାଟଣାଗଡ ଓ କଳାହାଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ

ଭୁବେନଶ୍ବର: ସେହିପରି ପାଟଣାଗଡ ନରସଂହାର ଓ କଳାହାଣ୍ଡି ପ୍ରସଙ୍ଗ ମଧ୍ୟ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀଦଳ ନେତା । ଗୃହର ସମସ୍ତ କାର୍ଯ୍ୟ ବାତିଲ କରି ମୋସନ ଜରିଆରେ ଆଲୋଚନା କରିବାକୁ ଦାବି ।

10:38 November 21

ଗୃହରେ ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନ । ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ ବିରୋଧୀ । ସକାଳ ସାଢେ ଦଶଟା ଗୃହକାର୍ଯ୍ୟ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଉଠାଇଲେ ପ୍ରସଙ୍ଗ । 

10:37 November 21

ଶୀତ ଅଧିବେଶନର ଦ୍ବିତୀୟ ଦିନ; ଆରମ୍ଭ ହେଲା ଗୃହକାର୍ଯ୍ୟ

ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନ । ସକାଳ ସାଢେ ଦଶଟା ଗୃହକାର୍ଯ୍ୟ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଦିନ 1ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା । ଗୃହକାର୍ଯ୍ୟ ଆରମ୍ଭରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ନୋଟିସ ଆଣିଛି ବିଜେପି । ଆଜି 5ଟି ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପନା କରିବେ ସରକାର । ଲୋକାୟୁକ୍ତ ସଂଶୋଧନ ବିଲ, ଜରୁରୀ ଦ୍ରବ୍ୟ ସେବା ସଂଶୋଧନ ବିଲ ଭଳି ଆଉ କିଛି ବିଲ ଆଣିବେ ସରକାର । ସେପଟେ ହାଜତ ମୃତ୍ୟୁ, ସୀମା ବିବାଦ, କୋଭିଡ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । 

10:05 November 21

ଶୀତ ଅଧିବେଶନର ଦ୍ବିତୀୟ ଦିନ; ମୁଲତବୀ ନୋଟିସ ଆଣିଲା ବିଜେପି

ଭୁବନେଶ୍ବର: ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନ । ଗୃହକାର୍ଯ୍ୟ ଆରମ୍ଭରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଲତବୀ ନୋଟିସ ଆଣିଛି ବିଜେପି । ସକାଳ ସାଢେ ଦଶଟା ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିନ 1ଟା ପର୍ଯ୍ୟନ୍ତ ଚାଲିବ । ଏହା ପରେ ଅପରାହ୍ନ 3 ଟାରୁ 5 ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ କରାଯିବ ଆଲୋଚନା । ଆଜି 5ଟି ଗୁରୁତ୍ବପୂର୍ଣ୍ଣ ବିଲ ଉପସ୍ଥାପନା କରିବେ ସରକାର । ଲୋକାୟୁକ୍ତ ସଂଶୋଧନ ବିଲ, ଜରୁରୀ ଦ୍ରବ୍ୟ ସେବା ସଂଶୋଧନ ବିଲ ଭଳି ଆଉ କିଛି ବିଲ ଆଣିବେ ସରକାର । ସେପଟେ ହାଜତ ମୃତ୍ୟୁ, ସୀମା ବିବାଦ, କୋଭିଡ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ । 

Last Updated : Nov 21, 2020, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.