ଭୁବନେଶ୍ୱର: ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା। ଭୁବନେଶ୍ୱରରେ ଶନିବାର 295 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 153 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣ 142 ହୋଇଥିବାବେଳେ 158 ଜଣ ସୁସ୍ଥ ହୋଇଛନ୍ତି ।
କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ 153 ଜଣଙ୍କ ମଧ୍ୟରୁ 32 ଜଣ ପଲସ ସିକ୍ୟୁରୁଟି ୱାଇନ୍ସରୁ, 28 ଜଣ ବିସ୍କୁଟ କମ୍ପାନୀର କର୍ମଚାରୀ, 11 ଜଣ ପଟିଆ କିଟ କ୍ୟାମ୍ପସରୁ, 3 ଜଣ ବମିଖାଲ, 3 ଜଣ ମଞ୍ଚେଶ୍ୱର, 3 ଜଣ ୟୁନିଟ 8, 3 ଜଣ ସହିଦ ନଗର, 8 ଜଣ ରିଜର୍ଭ ପୋଲିସ କଲୋନୀ, 3 ଜଣ ଡୁମଡୁମାରେ ଚିହ୍ନଟ ହୋଇଥିବାବେଳେ ପ୍ରଶାନ୍ତି ବିହାର, ପାତ୍ରପଡା, ଶ୍ରୀ ବିହାର, ପଟିଆ, ନୀଳାଦ୍ରି ବିହାର କୋଲଠିଆ, ବିମପୁର, ଭଗବତୀ ବସ୍ତି, ବରଗଡରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
142 ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବାବେଳେ 4 ଜଣ ଏଚ ବି କଲୋନୀ, 5 ଜଣ ଚନ୍ଦ୍ରଶେଖରପୁର, 3 ଜଣ ବିଜେବି ନଗର, 6 ଜଣ ବରଗଡ, 3 ଜଣ ନିୟୁ ଫରେଷ୍ଟ ପାର୍କ, 3 ଜଣ, ଭିଏସଏସ ନଗର, 3 ଜଣ ନୟାପଲ୍ଲୀ, 4 ଜଣ ୟୁନିଟ 8, 4 ଜଣ ରସୁଲଗଡ , 3 ଜଣ ସତ୍ୟନଗର ଓ 3 ଜଣ ସାଲିଆ ସାହିରୁ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱରରେ 158 ଜଣ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7015 ରହିଥିବାବେଳେ, 4219 ଜଣ ସୁସ୍ଥ, 2754 ସକ୍ରିୟ ଓ 33 ଜଣଙ୍କର ମୃ୍ତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ