ETV Bharat / city

‘ମୋ ସ୍କୁଲ୍ ଅଭିଯାନ’ର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, 1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ - ରାଜ୍ୟ ଶିକ୍ଷା ବିଭାଗ

‘ମୋ ସ୍କୁଲ’ ଅଭିଯାନର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ । ରାଜ୍ୟର1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ। ରାଜ୍ୟ ସରକାରଙ୍କ ପାଖରେ 182 କୋଟିର ଅତିରିକ୍ତ ବଜେଟ ପାଇଁ ପରିଷଦର ଦାବି । ଅଧିକ ପଢନ୍ତୁ...

‘ମୋ ସ୍କୁଲ୍ ଅଭିଯାନ’ର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, 1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ
‘ମୋ ସ୍କୁଲ୍ ଅଭିଯାନ’ର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, 1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ‘ମୋ ସ୍କୁଲ୍ ଅଭିଯାନ’ର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ, 1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ
author img

By

Published : Sep 27, 2021, 8:54 PM IST

ଭୁବନେଶ୍ବର: ରାଜ୍ୟର 1238 ସ୍କୁଲରେ ହେବ ନୂଆ ପ୍ରକଳ୍ପ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ମୋ ସ୍କୁଲ୍ ଅଭିଯାନ’ର 28ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । 182 କୋଟି ଟଙ୍କାର ଅତିରିକ୍ତ ବଜେଟ ପାଇଁ ସରକାରଙ୍କ ନିକଟରେ ପରିଷଦ ପକ୍ଷରୁ ପ୍ରସ୍ତାବ ମଧ୍ୟ ରଖାଯାଇଛି ।

ଏହି ବୈଠକରେ ଓଡ଼ିଶାର 25ଟି ଜିଲ୍ଲାର 1238ଟି ବିଦ୍ୟାଳୟରେ ମୋଟ 56 କୋଟି 31ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ 1ମାସ ମଧ୍ୟରେ 16 ହଜାର ପୁରାତନ ଛାତ୍ରଛାତ୍ରୀ 'ମୋ ସ୍କୁଲ୍ ଅଭିଯାନ ସହ ଯୋଡି ହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ 5 କୋଟି 43 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲାଓ୍ବାରୀ ଆଗରେ ରହିଛି ବାଲେଶ୍ବର । ତେବେ ବାଲେଶ୍ବରରେ 1 କୋଟି 61 ଲକ୍ଷ, ଯାଜପୁରରେ 50 ଲକ୍ଷ 10 ହଜାର, କଟକରେ 27 ଲକ୍ଷ 39 ହଜାର, ଭଦ୍ରକରେ 25 ଲକ୍ଷ 87 ହଜାର ଏବଂ ବଲାଙ୍ଗୀରରେ 5 ଲକ୍ଷ 92 ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି ।

ଚଳିତ ମାସରେ ବାଲେଶ୍ଵର ଜିଲ୍ଲାରେ ପୁଣିଥରେ ରେକର୍ଡ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ’ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ କ୍ରମାଗତ 9 ଥର ପାଇଁ ରାଜ୍ୟ ସ୍ତରରେ ସର୍ବାଧିକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିଭଳି ଯାଜପୁର ଜିଲ୍ଲା ଏଥର ପ୍ରଥମଥର ପାଇଁ 50 ଲକ୍ଷ 10 ହଜାର ଟଙ୍କାର ଆର୍ଥିକ ସହାୟତା ସହ ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷଣୀୟ କାର୍ଯ୍ୟକ୍ରମ, ପୋଷ୍ୟ ସ୍କୁଲ୍ ଗ୍ରହଣ କରିଥିବା ବ୍ୟବସ୍ଥାରେ ଅକ୍ଟୋବର ସୁଦ୍ଧା 1271ଟି ବିଦ୍ୟାଳୟରେ ମେଣ୍ଟର ଓ ଅଂଶୀଦାରମାନଙ୍କୁ ନେଇ ବୈଠକ କରିବା ପାଇଁ ପ୍ରାରମ୍ଭିକ ଭାବରେ ସ୍ଥିର କରାଯାଇଛି ।

"ମୋ ସ୍କୁଲ" ଅଭିଯାନ କାର୍ଯ୍ୟକ୍ରମରେ ବାକିଥିବା ବିଦ୍ୟାଳୟମାନଙ୍କରେ ଅର୍ଥ ବ୍ୟବସ୍ଥା କରିବାକୁ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ପ୍ରଥମଥର ପାଇଁ 'ମୋ ସ୍କୁଲ ଅଭିଯାନ’ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ସଂଯୁକ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ରାଜ୍ୟରେ ଥିବା ସମସ୍ତ ଅନୁଦାନପ୍ରାପ୍ତ ଭଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍‌’ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯିବାକୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବାକୁ ନିଷ୍ପତି ନିଆଯାଇଛି ।

5ଟି ହାଇସ୍କୁଲ ଟ୍ରାନ୍ସଫାର୍ମସନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ କରିବାରେ ଏହି ଅଭିଯାନ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଵ । ରାଜ୍ୟ ସରକାରଙ୍କ 5ଟି ହାଇସ୍କୁଲ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ଅତିରିକ୍ତ ବଜେଟରେ 'ମୋ ସ୍କୁଲ’କୁ 887 କୋଟି ଟଙ୍କା ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛି।

ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚଳିତ ମାସରେ ପୋଷ୍ୟଗୃହିତ ହୋଇଥିବା 653 ବିଦ୍ୟାଳୟରେ 10 ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ସ୍ଥିତିରେ ଆଲୋଚନା ବୈଠକ କରାଯାଇଛି। ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସଟିଏ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଏସଆଇଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ମୋ ସ୍କୁଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ ଆଦି ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.