ETV Bharat / city

ରାଜ୍ୟ ମହିଳା ଆୟୋଗର 28 ତମ ପ୍ରତିଷ୍ଠା ଦିବସ

author img

By

Published : Jan 14, 2021, 6:14 PM IST

ଆଜି ରାଜ୍ୟ ମହିଳା ଆୟୋଗର 28 ତମ ପ୍ରତିଷ୍ଠା ଦିବସ । ମହିଳାଙ୍କ ସୁରକ୍ଷା ନେଇ ଜାରି ହେଲା ସଚେତନତା । ଅଧିକ ପଢନ୍ତୁ...

28th establishment Day of State Women Commission
ରାଜ୍ୟ ମହିଳା ଆୟୋଗର 28 ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଆଜି ରାଜ୍ୟ ମହିଳା ଆୟୋଗର 28 ତମ ପ୍ରତିଷ୍ଠା ଦିବସ । ଭୁବନେଶ୍ବର କଳ୍ପନା ଛକ ଅଞ୍ଚଳରେ ସ୍ଥିତ ହୋଟେଲ କଳିଙ୍ଗ ଅଶୋକାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ରାଜ୍ୟ ମାନବାଧିକାର ଆୟୋଗର ସଦସ୍ୟ ଅସୀମ ଅମିତାଭ ଦାସ, ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତ ବେହେରା ଓ ମହିଳା ଶିଶୁ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ ପ୍ରମୁଖ ଯୋଗ ଦେଇଛନ୍ତି । ବର୍ତ୍ତମାନ ସମୟରେ ମହିଳାମାନେ ଯେଉଁ ଭଳି ଭାବେ ନିର୍ଯ୍ୟାତିତ ହେଉଛନ୍ତି ତାହା ଆଗାମୀ ଦିନରେ କିପରି ମୂଳପୋଛ ହେବ ଏନେଇ ପ୍ରତିଷ୍ଠା ଦିବସ ଅବସରରେ ସଚେତନତା ଜାରି କରାଯାଇଛି ।

ରାଜ୍ୟ ମହିଳା ଆୟୋଗର 28 ତମ ପ୍ରତିଷ୍ଠା ଦିବସ

ରାଜ୍ୟ ମହିଳା କମିଶନ ନିକଟରେ ଅଦ୍ୟାବିଧି 74ହଜାର 176ଟି କେସ ପଞ୍ଜିକୃତ ହୋଇଛି । ଏଥିମଧ୍ୟରୁ 63 ହଜାର 46ଟି ମାମଲାର ସମାଧାନ ହୋଇଥିବାବେଳେ 11 ହଜାର 130ଟି ମାମଲାର ଶୁଣାଣି ଚାଲୁ ରହିଛି । ଏହାବ୍ୟତୀତ ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ମହିଳା ଆୟୋଗ ସ୍ବତଃପ୍ରବୃତ ଭାବେ କେସ ଗ୍ରହଣ କରି ମହିଳାଙ୍କ ଅଧିକାର ଓ ସ୍ବାର୍ଥକୁ ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ମହାମାରୀ ସମୟରେ ମହିଳା ଆୟୋଗ ପକ୍ଷରୁ ଏକ ହ୍ବାଟସପ୍ ନମ୍ବର 8763543013 ମାଧ୍ୟମରେ ମହିଳାଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇ ଏହାର ସମାଧାନ କରାଯାଇଛି । ଏହାସହ ସେମାନଙ୍କ ଅଧିକାର ଓ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ 12ଗୋଟି ସରଳ ଓ ସୁଗମ୍ୟ ଭାଷାରେ ଏ ସମ୍ପର୍କିତ ତଥ୍ୟ ଦିଆଯାଇଛି । ଏହି ଅବସରରେ 'ହସ ଫୁଟିଲା ଓ ପରିବାର ତିଷ୍ଠିଲା' ବହି ଉନ୍ମୋଚିତ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.