ଭୁବନେଶ୍ବର:ରାଜଧାନୀରେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ବନ୍ଦ ପାଳନ । ଆଜି ବର୍ଦ୍ଧିତ ତୈଳ ଦରକୁ ନେଇ କଂଗ୍ରେସ ପକ୍ଷରୁ 6 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳିଛି । ତେବେ ବନ୍ଦ ପାଳନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ ।
ଭୁବନେଶ୍ବରର ବିଭିନ୍ନ ପ୍ରମୁଖ ସ୍ଥାନ ସହିତ ବିଧାନସଭା, ଲୋକସେବା ଭବନ ଆଦି ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ନିକଟରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ବିନା ହେଲମେଟରେ ରାଲିରେ ଯୋଗ ଦେଇଥିବା କଂଗ୍ରେସକର୍ମୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ