ETV Bharat / city

ପିଜି ଓ ୟୁଜି ସିଲାବସର ୨୫ ପ୍ରତିଶତ ସେଲ୍ଫଷ୍ଟଡି

author img

By

Published : Jun 20, 2020, 1:35 PM IST

ମହାମାରୀ କୋରୋନା ଯୋଗୁଁ ଅନେକ କ୍ଷେତ୍ରରେ ପରିବର୍ତ୍ତନ କରାଯାଉଛି । ବିଶେଷ ଭାବରେ ପ୍ରଭାବିତ ହୋଇଥିବା ପିଲାଙ୍କ ପାଠପଢାରେ କିଛି ପରିବର୍ତ୍ତନ କରାଯାଇଛି । ଚଳିତ ଶିକ୍ଷାବର୍ଷରୁ ପାଠ୍ୟସୂଚୀ ବା ସିଲାବସ୍‌ର ୨୫% ସ୍ବ-ଅଧ୍ୟୟନ ବା ଗାଇଡେଡ୍‌ ସେଲ୍ଫ୍‌ ଷ୍ଟଡି କରିବେ ଛାତ୍ରଛାତ୍ରୀ । ଷ୍ଟଡି ମେଟେରିଆଲ ଯୋଗାଇବ ଉଚ୍ଚଶିକ୍ଷା ବିଭାଗ । ଏନେଇ ଶୁକ୍ରବାର ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏକ ଗାଇଡଲାଇନ ଜାରି କରିଛି ।

ଚଳିତବର୍ଷରୁ ପିଜ ଓ ୟୁଜିର ୨୫ ପ୍ରତିଶତ ପାଠ୍ୟକ୍ରମ  ନିଜେ ପିଲା ପଢିବେ

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷାର ନିଷ୍ପତ୍ତି ଅନୁଯାୟୀ ଚଳିତବର୍ଷ ପ୍ରଥମ ଥର ସେଲ୍ଫ ଷ୍ଟଡି ବା ଗାଇଡେଡ୍‌ ସେଲ୍ଫ ଷ୍ଟଡି କରିବେ ଛାତ୍ରଛାତ୍ରୀ । UGC ସୁପାରିଶ କ୍ରମେ ୨୫ ପ୍ରତିଶତ ସେଲ୍ପ ଷ୍ଟଡିଜ କରିବେ । 75 ପ୍ରତିଶତ କଲେଜ କ୍ଲାସରେ ପଢାଯିବ । ଓଡ଼ିଶା ସରକାର ମଧ୍ୟ ୨୫ ପ୍ରତିଶତ ପିଜି(ସ୍ନାତକତ୍ତୋର) ଓ ୟୁଜି(ସ୍ନାତକ)ରେ ସେଲ୍ପ ଷ୍ଟଡି କରିବେ ।

ଏହା ଚଳିତ ଶିକ୍ଷା ବର୍ଷରୁ ଲାଗୁ ହେବ। ଗୋଟିଏ ବିଷୟବସ୍ତୁର ୪୦ ଘଣ୍ଟା କଲେଜରେ ପଢ଼ାଯାଏ। ସେହି ହିସାବରେ ସେଲ୍ଫ ଷ୍ଟଡି ୨୫ ପ୍ରତିଶତ ପାଇଁ ୧୨ ଘଣ୍ଟା ରହିବ। ବାକି ୪ ରୁ ୫ ଟି କ୍ଲାସ ସେମାନେ କଲେଜ ଆସି ଡାଉଟ୍ କ୍ଲିଅର(ସନ୍ଦେହ ମୋଚନ) କରିପାରିବେ ।

ଗୋଟେ ପେପରରେ ୪ଟି ୟୁନିଟ ଅଛି। ଦ୍ବିତୀୟ ୟୁନିଟ ସେଲ୍ଫ ଷ୍ଟଡିଜ୍ ରହିବ । ଏ ନେଇ ଜଡିତ ପାଠ୍ୟ ପୁସ୍ତକ ଗୁଡ଼ିକର ରେଫରେନ୍ସ ଦିଆଯିବ। ବିଶ୍ବବିଦ୍ୟାଳୟ ଓ କଲେଜ ସ୍ତରରେ ଏକ୍ସପର୍ଟ ଟିମ ରହିବେ । ଏହାସହ ଷ୍ଟଡି ମେଟେରିଆଲ ଯୋଗାଇ ଦେବାପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦାୟିତ୍ଵ ଦିଆଯାଇଛି । ୟୁଜି ବା ସ୍ନାତକସ୍ତରରେ ସମାନତା ଆଣିବା ପାଇଁ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ବହି ଓ ସ୍ୱ-ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ କରାଯିବ । ଏ ବାବଦରେ ଆବଶ୍ୟକ ହେଲେ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡିକର ସାହାଯ୍ୟ ନିଆଯିବ । ଛାତ୍ରଛାତ୍ରୀଙ୍କୁ ଏ ବାବଦରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକ ଆବଶ୍ୟକ ସହଯୋଗ କରିବେ ।

ଏଠାରେ ସୂଚନା ଥାଉ ଯେ, ଗତ ମେ ୨୬ ତାରିଖରେ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କର ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ଅଭ୍ୟାସ ବୃଦ୍ଧି କରିବା ପାଇଁ ୨୫% ସ୍ବ-ଅଧ୍ୟୟନ ବା ଗାଇଡେଡ୍‌ ସେଲ୍ଫ ଷ୍ଟଡି ବାବଦରେ ନିଷ୍ପତ୍ତି ନିଆଯାଇଥିଲା । ଶୁକ୍ରବାର ଏନେଇ ଗାଇଡ ଲାଇନ ଜାରି କରାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.