ETV Bharat / city

ଭୁବନେଶ୍ୱରରେ ଆଉ 237 ଆକ୍ରାନ୍ତ ଚିହ୍ନଟ, 4 ହଜାର ଟପିଲା ପଜିଟିଭ ସଂଖ୍ୟା - ଭୁବନେଶ୍ୱରରେ କୋରୋନା ସଂକ୍ରମଣ

ଭୁବନେଶ୍ୱରରେ ଗୁରୁବାର 237 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଏବେସୁଦ୍ଧା 4 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ଆଉ 237 ଆକ୍ରାନ୍ତ ଚିନ୍ହଟ, 4 ହଜାର ଟପିଲା ପଜିଟିଭ ସଂଖ୍ୟା

author img

By

Published : Aug 13, 2020, 8:22 PM IST

ଭୁବନେଶ୍ୱର: ଓଡିଶାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ମହାମାରୀ କୋରୋନା ସଂକ୍ରମଣ । ରାଜଧାନୀ ଭୁବନେଶ୍ବରରେ ମଧ୍ୟ କାୟା ବିସ୍ତାର କରୁଛି କୋରୋନା । ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଭୁବନେଶ୍ୱରରେ ଗୁରୁବାର 237 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଏବେ ସୁଦ୍ଧା 4 ହଜାର ପାର ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା। ଅନ୍ୟପକ୍ଷେ ଗୁରୁବାର 101 ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ୱରରେ ଗୋଟିଏ ଦିନରେ 237 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ 132 ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣ ସଂଖ୍ୟା ରହିଛି 105 । କ୍ଵାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 8 ଜଣ ଫରେଷ୍ଟ ପାର୍କ ନିକଟସ୍ଥ ଜିନ୍ଦଲ ଅଫିସ, 8 ଜଣ ବରଗଡ, 5 ଜଣ ସହିଦ ନଗର, 5 ଜଣ ସାଲିଆ ସାହି, 6 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ, 5 ଜଣ ୟୁନିଟ 6 ଓ 4 ଜଣ ସୁନ୍ଦରପଦା ଅଞ୍ଚଳର ହୋଇଥିବା ଜଣାପଡିଛି ।

ସେହିପରି ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରରୁ 4, ୟୁନିଟ 3ରୁ 2, ୟୁନିଟ 1ରୁ 3, ୟୁନିଟ 6ରୁ 3, ବମିଖାଲରୁ 4, ବରଗଡ ବ୍ରିଟି କଲୋନୀରୁ 4, ୟୁନିଟ 8ରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ କୋରୋନା ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4595ରେ ପହଞ୍ଚିଛି । ସେହିପରି 3015 ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା 1551 ରହିଛି । ଅନ୍ୟପକ୍ଷେ ଭୁବନେଶ୍ବରରେ କୋରୋନା ଯୋଗୁଁ 23 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.