ETV Bharat / city

ରାଜଧାନୀରେ 21 ନୂଆ ମାମଲା, 49 ସୁସ୍ଥ - 21 new corona positive in bhubaneswar

ରାଜଧାନୀରେରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ମଙ୍ଗଳବାର ପୁଣି 21 ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ 21 ନୂଆ ମାମଲା, 49 ସୁସ୍ଥ
ରାଜଧାନୀରେ 21 ନୂଆ ମାମଲା, 49 ସୁସ୍ଥ
author img

By

Published : Jul 21, 2020, 5:55 PM IST

ଭୁବନେଶ୍ବର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ଭୁବନେଶ୍ୱରରେ ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ମଙ୍ଗଳବାର ପୁଣି 21 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ 16 ଚିହ୍ନଟ ହୋଇଥିବା ବେଳେ 5 ସ୍ଥାନୀୟ ସଂକ୍ରମଣ । ସେପଟେ ସୁସ୍ଥ ହୋଇଛନ୍ତି 49 ଜଣ ଆକ୍ରାନ୍ତ ।

ହୋମ କ୍ଵରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଥିବା 16 ଜଣଙ୍କ ମଧ୍ୟରୁ ନାୟପାଲିର ବେହେରା ସାହିର ଜଣେ, ରସୁଲଗଡର ଜିଜିପି କଲୋନୀର 2 ଜଣ, ସରଧାପାଲି ବସ୍ତି, କୋଲଥିଆ, ବଡଗଡରୁ ଜଣେ ଲେଖାଏଁ, କଳିଙ୍ଗ ନଗରରୁ 2 ଜଣ, ୟୁନିଟ 5ରୁ ଜଣେ ଏବଂ 3 ଜଣ ହେଉଛନ୍ତି ଘରୋଇ ହସ୍ପିଟାଲର କର୍ମଚାରୀ ।

ସେହିପରି ଭାବରେ 5 ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ସେମାନେ ହେଲେ ସତ୍ୟନଗର କାଲି ମନ୍ଦିର ନିକଟସ୍ଥରୁ ଜଣେ, କୋଲଥିଆରୁ ଜଣେ, ଚନ୍ଦକା ଅଞ୍ଚଳରୁ 2 ଜଣ ଓ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ।

ଏପଟେ କିନ୍ତୁ ଭୁବନେଶ୍ୱରରେ 49 ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀରେ ମୋଟ 1252 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 625 ସୁସ୍ଥ ହୋଇଛନ୍ତି ଓ 614 ଜଣ ସକ୍ରିୟ ଅଛନ୍ତି । ବର୍ତ୍ତମାନ ସୁଦ୍ଧା 11 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.