ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଜିଲ୍ଲାର ଚର୍ଚ୍ଚିତ ହତ୍ୟାକାଣ୍ଡର ଶିକାର ହୋଇଥିବା ପାରିବାରର ଉତ୍ତରାଧିକାରୀ ମାନେ ନ୍ୟାୟ ସହିତ ସିବିଆଇ ତଦନ୍ତ କରାଯାଉ ନଚେତ ଓଡ଼ିଶା ସଚିବାଳୟ ଆଗରେ ଇଛା ମୃତ୍ୟୁ ଦିଆଯାଉ ବୋଲି ଦାବି କରିଛନ୍ତି । ଯାହା ଫଳରେ କି ଉଚିତ ନ୍ୟାୟ ମିଳିପାରିବ । ଏହାସହ ଯଦି ସିବିଆଇ ତଦନ୍ତ କରିବାକୁ ନଦିଆଯାଏ ତେବେ 21 ପରିବାର ଇଛା ମୃତ୍ୟୁ ପାଇଁ ରାଷ୍ଟ୍ରପତି ଏବଂ ସୁପ୍ରିମକୋର୍ଟ ନିକଟରେ ଦାବି ପତ୍ର ଦିଆଯିବ ବୋଲି ସମସ୍ତ ପରିବାରଙ୍କର ଗୋଟିଏ ଦାବି । ଏକ ମାସ ମଧ୍ୟରେ ସିବିଆଇ ତଦନ୍ତ କିମ୍ବା ସମସ୍ତ ପରିବାରକୁ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ, ମାହାଙ୍ଗା ହତ୍ୟାକାଣ୍ଡ ଘଟଣା, କୁଜଙ୍ଗ ଅମୃତ ଦାସ ହତ୍ୟା ଘଟଣା, କୁଜଙ୍ଗ ଉଲ୍ଲାସ ଜେନା ହତ୍ୟା ଘଟଣା, ମୟୂରଭଞ୍ଜର ଇଞ୍ଜିନିୟର ଅକ୍ଷୟ ପଥାଲକୁ ହତ୍ୟା ଘଟଣା, ବୌଦ୍ଧର ସମାଜସେବୀ ଆଦିତ୍ୟ ଦାସ, ଯାଜପୁର ପିହୁ ନିଖୋଜ ଘଟଣା, କେନ୍ଦ୍ରାପଡା ରଞ୍ଜନ ଦାଶ, ବୌଦ୍ଧର ଲୋକନାଥ ପ୍ରଧାନ ହତ୍ୟା ଘଟଣା, କେନ୍ଦ୍ରାପଡାର ସୌଭାଗ୍ୟ ମଣ୍ଡଳ ହତ୍ୟାକାଣ୍ଡ, ନୟାଗଡର ପରୀ ଅପହରଣ ପରେ ହତ୍ୟାକାଣ୍ଡ, ବରଗଡର ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡ, ଗଞ୍ଜାମର ଗଣେଶ ଡାକୁଆ ହତ୍ୟାକାଣ୍ଡ, ବିଞ୍ଝାରପୁରର ରୁଦ୍ରପ୍ରତାପ ଆଚାର୍ଯ୍ୟ ହତ୍ୟାକାଣ୍ଡ, ବାଲେଶ୍ଵରର ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା, କେନ୍ଦ୍ରାପଡାର ରମାକାନ୍ତ ନାୟକ, ଭଦ୍ରକର ତୁସାରାଣୀ ନାଥଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଏଭଳି ଅନେକ ବ୍ୟକ୍ତି ଯେଉଁମାନେ ନ୍ୟାୟ ଆଶାରେ ଲଢେଇ କରୁଛନ୍ତି। କିନ୍ତୁ ସମସ୍ତ ତଦନ୍ତ ବାଟବଣା ହେଉଛି। ଫଳରେ ସେମାନେ ସମସ୍ତେ ଏବେ ଏକତ୍ରିତ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ