ETV Bharat / city

ODISHA CORONA: ଦିନକରେ ୨୦୮ ପଜିଟିଭ ଚିହ୍ନଟ, ୨୩ ଶିଶୁ ଆକ୍ରାନ୍ତ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

ODISHA CORONA : ଦିନକରେ ୨୦୮ ପଜିଟିଭ ଚିହ୍ନଟ,  ୨୩ ଶିଶୁ ଆକ୍ରାନ୍ତ

author img

By

Published : Nov 6, 2021, 10:16 AM IST

ଭୁବନେଶ୍ବର: ରାଜ୍ୟରେ ହ୍ରାସ ପରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତକାଲି ୨୦୦ ତଳକୁ ସଂକ୍ରମଣ କମିଥିବା ବେଳେ ଆଜି ପୁଣି ୨୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୦୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୩ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୧୯ ଜଣ ଥିବାବେଳେ ୮୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୯ ଜଣ ଥିବାବେଳେ ବାଲେଶ୍ବରରୁ ୩, ବରଗଡରୁ ୧, ଭଦ୍ରକରୁ ୧, ବୌଦ୍ଧରୁ ୧, କଟକରୁ ୨୦, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୭, ଯାଜପୁରରୁ ୧୨, ଝାଡସୁଗୁଡା ୫, କେନ୍ଦ୍ରାପଡ଼ାରୁ ୪, କୋରାପୁଟରୁ ୨, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୫, ପୁରୀରୁ ୩, ସମ୍ବଲପୁରରୁ ୧,ସୁନ୍ଦରଗଡରୁ ୮, ଏବଂ ଷ୍ଟେଟ ପୁଲ୍‌ରୁ ୨୩ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.