ETV Bharat / city

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର-2018: ଶ୍ରେଷ୍ଠ କ୍ରୀଡାବିତ୍ ପ୍ରମୋଦ ଭଗତ

ପୁରସ୍କୃତ କରାଯାଇଛି 2018 ବର୍ଷର ସଫଳ କ୍ରୀଡାବିତଙ୍କୁ। ବିଜୁ ପଟ୍ଟନାୟକ କ୍ରୀଡା, ସାହସିକତା ଓ ସମାଜ ସେବା ପାଇଁ 8 ଜଣଙ୍କୁ ପୁରସ୍କୃତ କରାଯାଇଛି। ଏହାସହ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟକୁ ପୁରସ୍କୃତ କରାଯାଇଛି ।

author img

By

Published : Aug 29, 2019, 2:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଭୁବନେଶ୍ବର: 2018 ମସିହା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା, ସାହସିକତା ଓ ସମାଜ ସେବା ପାଇଁ 8 ଜଣଙ୍କୁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ପୁରସ୍କୃତ କରାଯିବାର ଥିବାବେଳେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସହଯୋଗୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସେହିପରି 2018 ମସିହାରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଟକୁ ପୁରସ୍କୃତ କରାଯାଇଥିବାବେଳେ ସାହସିକତା ପାଇଁ ଅନୁଗୋଳ ଜିଲ୍ଲାର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ବଦ୍ରାଙ୍କୁ ପୁରସ୍କୃତ କରାଯାଇଛି। ସେହିଭଳି ସମାଜସେବା ପାଇଁ 6ଜଣଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ପୁରସ୍କୃତ ପ୍ରତିଭାମାନେ ହେଲେ ଭଦ୍ରକର ରାଧାକାନ୍ତ ତ୍ରିପାଠୀ,ପୁରୀ ଜିଲ୍ଲାର ବଦ୍ରୀ ମିଶ୍ର, ନୂଆପଡା ଜିଲ୍ଲାର ମହେନ୍ଦ୍ର କୁମାର ଯୋଶୀ,କୋରାପୁଟ ଜିଲ୍ଲାର କମାକ୍ଷ୍ୟା ପ୍ରସାଦ ମାଝୀ,ବଲାଙ୍ଗୀରର ରାମ ନାରାୟଣ ଦାଶ ଏବଂ କେନ୍ଦୁଝରର ଅବଦୁଲ ରହମାନ ଖାନ।

ସମସ୍ତଙ୍କୁ ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି। ଏହି ଅବସରରେ ଅନ୍ୟ 138 ଜଣ କ୍ରୀଡ଼ାବିତଙ୍କୁ ତାଙ୍କର ଖେଳରେ ଉନ୍ନତି ସାଧନ ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ କ୍ରୀଡ଼ାର ରାଜଧାନୀ କରିବା ପାଇଁ ସବୁପ୍ରକାର ଆୟୋଜନ ହେଉଥିବାବେଳେ 2020 ମସିହାରେ ମହିଳା ଫିଫା 17ବର୍ଷରୁ କମ ଆୟୋଜନ କରାଯାଉଥିବା କହିଛନ୍ତି।

ଆଗାମୀ ଦିନ ମାନଙ୍କରେ ରାଜ୍ୟରୁ ଅଧିକ କ୍ରୀଡ଼ାବିତ ବାହାର କରିବା ଲକ୍ଷ୍ୟରେ ସରକାର ବିଭିନ୍ନ କାର୍ଯ୍ୟ କରୁଥିବା କହିଛନ୍ତି। ପୁରସ୍କୃତ ପାଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଆହୁରି ସଫଳତା ସାଉଁଟିବାକୁ କହିଛନ୍ତି ।

ତେବେ ଏଥର କ୍ରୀଡା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା, କ୍ରୀଡା ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ଏବଂ କ୍ରୀଡା ସାମ୍ବାଦିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ କାହାରିକୁ ପୁରସ୍କୃତ କରାଯାଇ ନାହିଁ। ଏବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ମନ୍ତ୍ରୀ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ତେବେ ଆଗାମୀ ବର୍ଷରୁ ଏ ବର୍ଗରେ ଚୟନ ନେଇ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:2018 ମସିହା ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ,ସାହାସିକତା ଓ ସମାଜ ସେବା ପାଇଁ 8 ଜଣଙ୍କୁ ପୁରସ୍କୃତ କରାଯାଇଛି।2018 ମସିହା ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଙ୍କୁ ଏଥିପାଇଁ ପୁରସ୍କୃତ କରାଯିବାର ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ତାଙ୍କ ସହଯୋଗୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Body:ସେହିପରି 2018 ମସିହା ପାଇଁ କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ କୁ ପୁରସ୍କୃତ କରାଯାଇଥିବା ବେଳେ ସାହାସିକତା ପାଇଁ ଅନୁଗୁଳ ଜିଲ୍ଲାର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ବଦ୍ରାଙ୍କୁ ପୁରସ୍କୃତ କରାଯାଇଛି।ସେହିଭଳି ସମାଜସେବା ପାଇଁ 6ଜଣଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି।ସେମାନେ ହେଉଛନ୍ତି ଭଦ୍ରକ ର ରାଧାକାନ୍ତ ତ୍ରିପାଠୀ,ପୁରୀ ଜିଲ୍ଲାର ବଦ୍ରୀ ମିଶ୍ର,ନୂଆପଡା ଜିଲ୍ଲାର ମହେନ୍ଦ୍ର କୁମାର ଯୋଶୀ,କୋରାପୁଟ ଜିଲ୍ଲାର କମାକ୍ଷ୍ୟା ପ୍ରସାଦ ମାଝୀ,ବଲାଙ୍ଗୀର ର ରାମ ନାରାୟଣ ଦାଶ ଏବଂ କେନ୍ଦୁଝରର ଅବଦୁଲ ରହମାନ ଖାନ।ସମସ୍ତଙ୍କୁ ଆର୍ଥିକ ପୁରସ୍କାର ସହ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି।ଏହି ଅବସରରେ ଅନ୍ୟ 138 ଜଣ କ୍ରୀଡ଼ାବିତଙ୍କୁ ତାଙ୍କର ଖେଳ ରେ ଉନ୍ନତି ସାଧନ ନିମନ୍ତେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟକୁ କ୍ରୀଡ଼ାର ରାଜଧାନୀ କରିବା ପାଇଁ ସବୁପ୍ରକାର ଆୟୋଜନ ହେଉଥିବା ବେଳେ 2020 ମସିହାରେ ମହିଳା ଫିଫା 17ବର୍ଷରୁ କମ ଆୟୋଜନ କରାଯାଉଥିବା କହିଛନ୍ତି।ଆଗାମୀ ଦିନ ମାନଙ୍କରେ ରାଜ୍ୟରୁ ଅଧିକ କ୍ରୀଡ଼ାବିତ ବାହାର କରିବା ଲକ୍ଷ୍ୟରେ ସରକାର ବିଭିନ୍ନ କାର୍ଯ୍ୟ କରୁଥିବା କହିଛନ୍ତି।ପୁରସ୍କୃତ ପାଉଥିବା ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗାମୀ ଦିନରେ ଆହୁରି ସଫଳତା ପାଇବାକୁ କହିଛନ୍ତି।
ତେବେ ଏଥର କ୍ରୀଡା କ୍ଷେତ୍ରରେ ଜୀବନ ବ୍ୟାପି ସାଧନା,କ୍ରୀଡା ପ୍ରଶିକ୍ଷଣ କ୍ଷେତ୍ରରେ ଉତ୍କର୍ଷତା ଏବଂ କ୍ରୀଡା ସାମ୍ବାଦିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ କାହାରିକୁ ପୁରସ୍କୃତ କରାଯାଇ ନାହିଁ।ଏ ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ମନ୍ତ୍ରୀ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ।ତେବେ ଆଗାମୀ ବର୍ଷରୁ ଏ ବର୍ଗରେ ଚୟନ ନେଇ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।
ବାଇଟ-ମନ୍ତ୍ରୀ-ତୁଷାରକାନ୍ତି ବେହେରା
ବାଇଟ-ଅଚ୍ୟୁତ ସାମନ୍ତ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.