ETV Bharat / city

ରାଜ୍ୟରେ ବଢିଲା କୋରୋନା ମୃତ୍ୟୁ ସଂଖ୍ୟା, ଗଞ୍ଜାମରେ ସର୍ବାଧିକ ରେକର୍ଡ - corona death

ପୁଣି ରାଜ୍ୟରେ ବଢିଛି କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଏଯାବତ୍ ରାଜ୍ୟର 5ଟି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ ହୋଇଛି । ରବିବାର 2 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି ।

2 New corona death record in odisha, highest death report in ganjam
ରାଜ୍ୟରେ ବଢିଲା କୋରୋନା ମୃତ୍ୟୁ ସଂଖ୍ୟା, ଗଞ୍ଜାମରେ ସର୍ବାଧିକ ରେକର୍ଡ
author img

By

Published : Jun 21, 2020, 12:50 PM IST

ଭୁବନେଶ୍ବର:ପୁଣି ରାଜ୍ୟରେ ବଢିଛି କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା । ଏଯାବତ୍ ରାଜ୍ୟର 5ଟି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ମୃତ୍ୟୁ ହୋଇଛି । ରବିବାର 2 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 14ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଗଞ୍ଜାମରେ 7 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ 4 ଜଣ ଏବଂ କଟକ, ପୁରୀ ଓ ବରଗଡରେ ଜଣେ ଲେଖାଏଁ ମୃତ୍ୟୁ ହୋଇଛି ।

ରବିବାର ଚିହ୍ନଟ ମୃତ 2 ଜଣଙ୍କ ମଧ୍ୟରେ ବରଗଡର ଜଣେ 76 ବର୍ଷୀୟ ବୃଦ୍ଧ ଅଛନ୍ତି । ଏଥିସହ ଜିଲ୍ଲାରେ ପ୍ରଥମ କୋରୋନା ମୃତ୍ୟୁ ମାମଲା ରିପୋର୍ଟ ହୋଇଛି । ସେହିପରି ଅନ୍ୟ ଜଣେ ମୃତକ ଗଞ୍ଜାମର 49 ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡିଛି । ସେ ଏକାଧିକ ରୋଗରେ ପୀଡିତ ଥିଲେ । ତେବେ ରାଜ୍ୟରେ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରବିବାର 2 ଜଣଙ୍କ ମୃତ୍ୟୁ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.