ETV Bharat / city

କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ନିହତ

କନ୍ଧମାଳରେ ପୋଲିସ ଏନକାଉଣ୍ଟର । ଘଟଣାରେ 2 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 23, 2020, 8:31 PM IST

Updated : Jul 23, 2020, 9:33 PM IST

2 Maoists killed in exchange of fire in Tumulibandha Police Station area of Kandhamal district
କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ନିହତ

ଭୁବନେଶ୍ବର: କନ୍ଧମାଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ନକ୍ସଲ ଥିବା ସୂଚନା ପାଇ ପୋଲିସ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଓଡିଶା ପୋଲିସର ଏସଓଜି ଏବଂ ଡିଭିଏଫ୍ ଉପରକୁ ଏଲଡବ୍ଲ୍ୟୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ।

କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ନିହତ

ଘଟଣାରେ 2 ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ 2 ଜଣ ମାଓବାଦୀ ମାଓ ୟୁନିଫର୍ମରେ ରହିଥିଲେ । ଘଟଣାସ୍ଥଳରୁ ଗୋଟିଏ ଇନସାସ, ଗୋଟିଏ କାର୍ବାଇନ, 2ଟି ଦେଶୀ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାରେ ପୋଲିସ କର୍ମଚାରୀମାନେ ସୁସ୍ଥ ଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ତେବେ ଏବେ ବି କୁମ୍ବିଂ ଅପରେସନ ଜାରି ରହିଛି ।

ମୃତ 2 ମାଓବାଦୀ କେଉଁ ଡିଭିଜନରେ ଜଣାପଡିନଥିବା ବେଳେ ସେମାନଙ୍କ ପରିଚୟ ସମ୍ପର୍କରେ ତଦନ୍ତ ଚାଲିଛି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେବା ସମୟରେ ପୋଲିସ ଡିଜି ଅଭୟ ପୁନଶ୍ଚ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ଏଥିସହ ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଅନେକ ପୁନଃଥଇଥାନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି କହିଛନ୍ତି ।

କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ମୃତ

ସେପଟେ ଓଡିଶା ପୋଲିସର ଏଭଳି ମାଓ ଦମନ କାର୍ଯ୍ୟକୁ କେନ୍ଦ୍ର ପକ୍ଷରୁ ପ୍ରଶଂସା କରାଯାଇଛି ।

କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ନିହତ
କନ୍ଧମାଳରେ ଏନକାଉଣ୍ଟର, 2 ମାଓବାଦୀ ନିହତ

ଭୁବନେଶ୍ବରରୁ ତାପସ ପରିଡା, କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Jul 23, 2020, 9:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.