ETV Bharat / city

ବସ ଭିତରେ ବ୍ରାଉନସୁଗାର ଡିଲ୍ ବେଳେ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ - 2 man arrest in baramuda bus stand

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବ୍ରାଉନସୁଗାର ଡିଲ୍ ବେଳେ ୨ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ ।

2 man arrest in baramuda bus stand
ବ୍ରାଉନସୁଗାର ଡିଲ୍ ବେଳେ 2 ବେପାରୀ ଗିରଫ
author img

By

Published : Feb 24, 2020, 7:57 PM IST

Updated : Feb 24, 2020, 9:11 PM IST

ଭୁବନେଶ୍ବର: ବସ ଭିତରେ ବ୍ରାଉନସୁଗାର ଡିଲ୍ ବେଳେ ଧରାପଡିଲେ ଦୁଇ ବେପାରୀ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡରେ ବ୍ରାଉନସୁଗାର ଡିଲ୍ ବେଳେ ୨ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ଟିମ୍ । ଏଥିସହ ସେମାନଙ୍କ ଠାରୁ ୪୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଟିମ୍ ।

ବ୍ରାଉନସୁଗାର ଡିଲ୍ ବେଳେ 2 ବେପାରୀ ଗିରଫ

ତେବେ ଗିରଫ ହୋଇଥିବା ବେପାରୀ କଲିକତାର ମୁର୍ଷିଦାବାଦରୁ ବ୍ରାଉନସୁଗାର ଆଣି ବରମୁଣ୍ଡାରେ ବିକ୍ରି କରୁଥିବା ଜଣାପଡିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଏସ.କେ ସାରୁକର ଘର ବାଲେଶ୍ବର ଅରଡବଜାର ଗଲାପୋଲ ସହଦେବ ଖୁଣ୍ଟା ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ସଂଜିବ କୁମାର ଦେହୁରି ଘର ବାଲେଶ୍ବର ସୁନାହାଟ ବୋଲି ଜଣାପଡିଛି ।

ଏହାକୁ ମିଶାଇ ବିଗତ ଦୁଇ ମାସରେ ୧୩ଟି ମାମଲାରେ ୨୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କେଜି ୨୭୯ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍ । ଏଥିସହ ୧୩ ଲକ୍ଷ ୨୧ହଜାର ଟଙ୍କା ଜବତ ସହ ଗୋଟିଏ କାର , ୮ଟି ବାଇକ ଜବତ କରିଛି ଏସଟିଏଫ ଟିମ୍ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 24, 2020, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.