ETV Bharat / city

ରାଜଧାନୀରେ ସପିଂମଲ-ବାର ସିଲ, ଜରିମାନା ଆଦାୟ

author img

By

Published : Jul 1, 2021, 12:28 PM IST

Updated : Jul 1, 2021, 3:53 PM IST

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ବରରେ ସିଲ୍ ହେଲା ସପିଂ ମଲ୍ ଓ ବାର୍ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ 2ଟି ସପିଂ ମଲ୍ ସିଲ୍, ଜରିମାନା ଆଦାୟ

ଭୁବନେଶ୍ବର: ସିଲ୍ ହେଲା ଇନ୍ଦ୍ରଧନୁ ମାର୍କେଟ ସ୍ଥିତ ବିଶାଲ ମେଗାମାର୍ଟ ଓ ନୟାପଲ୍ଲୀ ବିଗ୍ ବଜାର । ଗ୍ୟାରେଜ ଛକ ନିକଟ ଉତ୍କଳ ଇନ୍ ବାର ଓ ରେଷ୍ଟୁରାଣ୍ଟ ମଧ୍ୟ ସିଲ୍ । କୋଭିଡ୍ ଗାଇଡଲାଇନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 2ଟି ମଲକୁ ସିଲ୍ କରିବା ସହ ଜରିମାନା ଆଦାୟ କରିଛି ବିଏମସି ।

ରାଜଧାନୀରେ ସପିଂମଲ-ବାର ସିଲ, ଜରିମାନା ଆଦାୟ

ଆଜି(ଗୁରୁବାର) ରାଜ୍ୟରେ ନୂଆ କୋରୋନା ଗାଇଡଲାଇନ୍ ଲାଗୁହୋଇ ଥିବାବେଳେ ଭୁବନେଶ୍ବରରେ ଏହାର ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଛି । ନୟାପଲ୍ଲୀ ସ୍ଥିତ ବିଶାଲ ମେଗା ମାର୍ଟ ଏବଂ କ୍ରିଷ୍ଣା ପ୍ଲାଜା ନାମକ ଦୁଇଟି ବ୍ୟବସାୟୀକ ଅନୁଷ୍ଠାନକୁ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରିଛି ବିଏମସି ।

ଏଥିସହ ଉଭୟଙ୍କ ଠାରୁ 5 ହଜାର ଲେଖାଏଁ ଜରିମାନା ଆଦାୟ କରିଛି । ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ଦେଖିବାକୁ ମିଳିଛି । ସେହିପରି ଭୁବନେଶ୍ୱର ଗ୍ୟାରେଜ ଛକ ନିକଟରେ ଥିବା ଉତ୍କଳ ଇନ ଏବଂ ରେଷ୍ଟୁରାଣ୍ଟ ଭିତରେ ମଦ କାରବାର ହେଉ ଥିବାବେଳେ ଚଢ଼ାଉ କଲା ବିଏମସି । ବିପୁଳ ପରିମାଣର ମଦ ଜବତ କରିବା ସହ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବାରକୁ ସିଲ କରିଛି ବିଏମସି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

Last Updated : Jul 1, 2021, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.