ETV Bharat / city

ରାଜ୍ୟରେ 2 ଲକ୍ଷ ଟେଷ୍ଟ ଅତିକ୍ରମ, ଆରଏମଆରସିରେ କେବଳ 75 ହଜାର - ରାଜ୍ୟରେ କୋରୋନା ଟେଷ୍ଟ

ରାଜ୍ୟରେ 2 ଲକ୍ଷ ଟେଷ୍ଟ ଅତିକ୍ରମ କରିଥିବା ଆରଏମଆରସିର ନିର୍ଦେଶୀକା ସଙ୍ଘମିତ୍ରା ପତିଙ୍କ ସୂଚନା । ଆରଏମଆରସିରେ 90 ଦିନ ମଧ୍ୟରେ 75 ହଜାର ଟେଷ୍ଟ କରାଯାଇଥିବା ବେଳେ 979 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ 2 ଲକ୍ଷ ଟେଷ୍ଟ ଅତିକ୍ରମ, ଆରଏମଆରସିରେ କେବଳ 75 ହଜାର

author img

By

Published : Jun 15, 2020, 8:27 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ 2 ଲକ୍ଷ ଅତିକ୍ରମ କରିଛି ନମୁନା ଟେଷ୍ଟ। ରାଜ୍ୟରେ 15 ମାର୍ଚ୍ଚରେ ପ୍ରଥମ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ତେବେ ରବିବାର 2 ଲକ୍ଷ ଟେଷ୍ଟ ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି ଆରଏମଆରସିର ନିର୍ଦେଶୀକା ସଙ୍ଘମିତ୍ରା ପତି । ମୋଟ ଟେଷ୍ଟ ମଧ୍ୟରୁ ଆରଏମଆରସିରେ କେବଳ 75 ହଜାର ନମୁନା ପରୀକ୍ଷା ଅତିକ୍ରମ କରିଛି । ଆରଏମଆରସିରେ 90 ଦିନ ମଧ୍ୟରେ 75 ହଜାର ଟେଷ୍ଟ କରାଯାଇଥିବା ବେଳେ 979 ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ 2 ଲକ୍ଷ ଟେଷ୍ଟ ଅତିକ୍ରମ, ଆରଏମଆରସିରେ କେବଳ 75 ହଜାର
ସଙ୍ଘମିତ୍ରା ପତିଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଆରଏମଆରସିରେ ମାର୍ଚ୍ଚ 15ରେ ପ୍ରଥମ ଟେଷ୍ଟ କରାଯାଇଥିଲା । ମାର୍ଚ୍ଚ 24ରେ 1000, ଏପ୍ରିଲ 3ରେ 1000, ଏପ୍ରିଲ 21ରେ 10 ହଜାର ଟେଷ୍ଟ କରାଯାଇଛି। ସେହିପରି ଭାବରେ ମେ 6ରେ 25 ହଜାର ଟେଷ୍ଟ କରିବା ସହ ମେ 22ରେ 50 ହଜାର ଟେଷ୍ଟ ଓ ଜୁନ 14ରେ 75 ହଜାର ଟେଷ୍ଟ କରାଯାଇଛି ।

ଆରଏମଆରସିରେ ଦୁଇଟି ଲ୍ୟାବ ରହିଛି । ତାହା ଭିଆରଡ଼ିଏଲ ଓ କୋବାସ ଲାବ । ଭିଆରଡ଼ିଏଲରେ 48 ହଜାର 638 ଜଣଙ୍କର ସମ୍ପୂର୍ଣ୍ଣ ଟେଷ୍ଟ କରାଯାଇଛି । ସେଥିରୁ 557 ଜଣଙ୍କର ପଜିଟିଭ ବାହାରିଛି । ପ୍ରତ୍ୟୋକ ଦିନ ଭିଆରଡ଼ିଏଲରେ 1313 ଟେଷ୍ଟ କରାଯାଉଛି । 22 ଦନ ମଧ୍ୟରେ 10 ହଜାର ଟେଷ୍ଟ କରାଯାଇଥିବା ଜଣାପଡିଛି । ସେହିପରି କୋବାସ ମେସିନ ମାଧ୍ୟମରେ 25 ହଜାର 704ଟି ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ 462 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଏଥିରେ 1150ଟି ଟେଷ୍ଟ କରାଯାଉଛି ।

ସଙ୍ଘମିତ୍ରା କହିଛନ୍ତି ଯେ ଟେଷ୍ଟ ଏକ ପାରିଶ୍ରମିକ ଓ ସମୟ ସାପେକ୍ଷ ଅଟେ । ଟେଷ୍ଟିଂ ବିଭିନ୍ନ ପକ୍ରିୟା ମଧ୍ୟରେ ଗତି କରିଥାଏ । ତିନୋଟି ପକ୍ରିୟାରେ ଲ୍ୟାବକୁ ନମୁନା ଆସିଥାଏ। ତାକୁ ପ୍ରଥମେ ସାନିଟାଇଜର କରାଯାଇ ପରେ ଲ୍ୟାବ ଭିତରକୁ ନେଇ ଲେବଲ ଦେଖାଯାଏ । ଏହି ସବୁ ପକ୍ରିୟା 6 ଘଣ୍ଟା ଲାଗିଥାଏ । ନମୁନା ସଂଗ୍ରହଠାରୁ ଆରମ୍ଭ କରି ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମୟ ଲାଗିଥାଏ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.