ETV Bharat / city

ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ୍ୟ: ପରିବାର କଲ୍ୟାଣ ନିର୍ଦ୍ଦେଶକ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ । ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି। ଅଧିକ ପଢନ୍ତୁ...

2 lakh daily for 2 lakh vaccinations daily from April 1: Director of Family Welfare
ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ : ପରିବାର କଲ୍ୟାଣ ନିର୍ଦ୍ଦେଶକ
author img

By

Published : Mar 30, 2021, 1:52 PM IST

ଭୁବନେଶ୍ବର: ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ରାଜ୍ଯରେ ମୋଟ ୨୨ଲକ୍ଷ ୩୬ହଜାର ୬୧୫ ଟିକାକରଣ ହୋଇଛି। ୧୩ଲକ୍ଷ ୪୭ହଜାର ୭୮୭ ଜଣ ବରିଷ୍ଠ ଓ ବହୁବିଧ ରୋଗାକ୍ରାନ୍ତ ଲୋକଙ୍କୁ ଦିଆଯାଇଛି। ୪୫ ବର୍ଷରୁ ଅଧିକ ବୟସ ଲୋକଙ୍କ ପାଇଁ ଆଉ ପ୍ରେସକିପସନ ଦେବାକୁ ପଡୁନି । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭକ୍ସିନ ଟିକା ପହଞ୍ଚି ସାରିଛି । ୨୩ ଲକ୍ଷ ଡୋଜ ଟିକା ଦିଆସରିଛି । ଏବେ ୧୭ଲକ୍ଷ ଟିକା ମହଜୁଦ ରହିଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟୀକାକରଣ ପାଇଁ ଲକ୍ଷ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଟିକାକରଣରେ ଅନୁଗୁଳ ,ବରଗଡ଼, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡା ପଛରେ ରହିଛି। ଏନେଇ ଆଜି ପୁଣି ସମୀକ୍ଷା ବୈଠକ ରହିଛି। ବୈଠକରେ ଅଧିକ ଟୀକାକରଣ ନେଇ ଆଲୋଚନା ହେବ। ଗ୍ରାମାଞ୍ଚଳରେ ଲୋକଙ୍କୁ ବୁଝେଇକି ଟିକା ଦେବାକୁ ପଡୁଛି। ରାଜ୍ୟରେ ଏବେ ୧ହଜାର କେନ୍ଦ୍ରରେ ଟିକା ଦିଆଯାଉଛି ।ଅଧିକ ଟିକାକରଣ ବଢାଇବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି। ଟିକା ନଷ୍ଟ ହେବାରେ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ପଛରେ ରହିଛି। ଆମ ରାଜ୍ୟରେ ୦.୨ ପ୍ରତିଶତ ଟିକା ନଷ୍ଟ ହୋଇଛି। ଅନ୍ୟ ରାଜ୍ୟରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଛି। ଏପ୍ରିଲ ୨ ରେ ୯ଲକ୍ଷ ୮୮ ହଜାର୨୫୦ ଡୋଜ ଟିକା ଆସିବ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.