ETV Bharat / city

ଜାତୀୟ ଶିକ୍ଷାନୀତିକୁ ନେଇ ଶିକ୍ଷା ବିଭାଗର ମାନସ ମନ୍ଥନ - 2 days national education

ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଉଚ୍ଚ ଶିକ୍ଷାମନ୍ତ୍ରୀ, ଶିକ୍ଷାବିତ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିବାବକଙ୍କୁ ନେଇ ମଙ୍ଗଳବାର ଆରମ୍ଭ ହୋଇଛି ଏହି ୨ ଦିନିଆ କର୍ମଶାଳା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 23, 2019, 9:51 PM IST

ଭୁବନେଶ୍ବର: ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନସ ମନ୍ଥନ। ଏନେଇ ରାଜଧାନୀରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଉଚ୍ଚ ଶିକ୍ଷାମନ୍ତ୍ରୀ, ଶିକ୍ଷାବିତ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିବାବକଙ୍କୁ ନେଇ ମଙ୍ଗଳବାର ଆରମ୍ଭ ହୋଇଛି ଏହି ୨ ଦିନିଆ କର୍ମଶାଳା । ଶିକ୍ଷା ବିଭାଗରେ ସଂସ୍କାର ନେଇ ବିଭିନ୍ନ ମତ, ଆଲୋଚନା ଏବଂ ପରାମର୍ଶ ପରେ ରାଜ୍ୟ ସରକାର କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି । ଜାତୀୟ ଶିକ୍ଷାନୀତି କିଭଳି ହେବ? ଗୁଣାତ୍ମକ ଶିକ୍ଷାର କିଭଳି ଉପଯୋଗ କରାଯିବ? ପ୍ରାଥମିକ ଶିକ୍ଷାକୁ କିଭଳି ଭାବରେ ଗୁରୁତ୍ୱ ଦିଆଯାଇପାରିବ? କେମିତି ବଢିବ ଶିକ୍ଷାର ମାନ? ସରକାରୀ ସ୍କୁଲରେ କିଭଳି ଭାବରେ ଛାତ୍ରଛାତ୍ରୀ ବଢ଼ିବେ? ଉନ୍ନତ ମାନର ପାଠ୍ୟକ୍ରମ କିଭଳି ପ୍ରୟୋଗ କରାଯାଇ ପାରିବ, ଶିକ୍ଷକଙ୍କ ଭୂମିକା କିପରି ହେବ? ଭିତ୍ତିଭୂମି ଉନ୍ନତି ପାଇଁ ଖର୍ଚ୍ଚ କିଏ ବହନ କରିବ? ଏ ସବୁକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ମାନସ ମନ୍ଥନ ସରିଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା । ଉଭୟ ବିଭାଗର ପରାମର୍ଶ ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟସରକାର କେନ୍ଦ୍ର ସରକାରଙ୍କୁ ପଠାଇବେ। ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ କେନ୍ଦ୍ରସରକାର ବିଭିନ୍ନ ରାଜ୍ୟସରକାରଙ୍କ ଠାରୁ ବିଭିନ୍ନ ଦିଗରେ ପରାମର୍ଶ ଚାହିଁଛନ୍ତି। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭିନ୍ନ ପ୍ରସ୍ତାବ ଜୁଲାଇ ୩୧ ତାରିଖ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ନୀତି ଚୂଡାନ୍ତ ହେବ । ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ଚୂଡାନ୍ତ ଶିକ୍ଷାନୀତିର ଅବଧିକୁ ବଢ଼ାଯାଉ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଗକୁ ଚୂଡାନ୍ତ ଡ୍ରାଫ୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଜାତୀୟ ଶିକ୍ଷାନିତୀ ୨୦୧୯ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦୁଇ ଦିନିଆ କର୍ମଶାଳା।

Body:ଜାତୀୟ ଶିକ୍ଷାନୀତି ୨୦୧୯ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନସ ମନ୍ଥନ।ଭୁବନେଶ୍ୱରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ ଦିନିଆ କର୍ମଶାଳା ଆରମ୍ଭ।ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ,ବିଭାଗୀୟ ସଚିବ,ଉଚ୍ଚ ଶିକ୍ଷାମନ୍ତ୍ରୀ,ଶିକ୍ଷାବିତ,ଶିକ୍ଷକ,ଛାତ୍ରଛାତ୍ରୀ,ଅଭିବାବକ ମାନଙ୍କୁ ନେଇ ମଙ୍ଗଳବାର ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨ ଦିନିଆ କର୍ମଶାଳାଶିକ୍ଷା ବିଭାଗରେ ସଂସ୍କାର ନେଇ ବିଭିନ୍ନ ମତ,ଆଲୋଚନା ଏବଂ ପରାମର୍ଶ ପରେ ରାଜ୍ୟସରକାର କେନ୍ଦ୍ର ମାନବ ସମ୍ବଳବିକାଶ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

ଜାତୀୟ ଶିକ୍ଷାନୀତି ୨୦୧୯ କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା।ଜାତୀୟ ଶିକ୍ଷାନୀତି କିଭଳି ହେବ?ଗୁଣାତ୍ମକ ଶିକ୍ଷାର କିଭଳି ଉପଯୋଗ କରାଯିବ? ପ୍ରାଥମିକ ଶିକ୍ଷାକୁ କିଭଳି ଭାବରେ ଗୁରୁତ୍ୱ ଦିଆଯାଇପାରିବ?।କେମିତି ବଢିବ ଶିକ୍ଷାର ମାନ?ସରକାରୀ ସ୍କୁଲରେ କିଭଳି ଭାବରେ ଛାତ୍ରଛାତ୍ରୀ ବଢ଼ିବେ?ଉନ୍ନତ ମାନର ପାଠ୍ୟକ୍ରମ କିଭଳି ପ୍ରୟୋଗ କରାଯାଇ ପାରିବ।ଶିକ୍ଷକଙ୍କ ଭୂମିକା କିପରି ହେବ? ଭିତ୍ତିଭୂମି ଉନ୍ନତି ପାଇଁ ଖର୍ଚ୍ଚ କିଏ ବହନ କରିବ? ଏ ସବୁକୁ ନେଇ ଆରମ୍ଭ ହୋଇଛି ଆଲୋଚନା।

ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ମାନସ ମନ୍ଥନ ସରିଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା।ଉଭୟ ବିଭାଗର ପରାମର୍ଶ ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟସରକାର କେନ୍ଦ୍ର ସରକାରଙ୍କୁ ପଠାଇବେ।

ଜାତୀୟ ଶିକ୍ଷନୀତି ୨୦୧୯ ନେଇ କେନ୍ଦ୍ରସରକାର ବିଭିନ୍ନ ରାଜ୍ୟସରକାରଙ୍କ ଠାରୁ ବିଭିନ୍ନ ଦିଗରେ ପରାମର୍ଶ ଚାହିଁଛନ୍ତି।ଏ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।ବିଭିନ୍ନ ପ୍ରସ୍ତାବ ଜୁଲାଇ ୩୧ ତାରିଖ ପୂର୍ବରୁ କେନ୍ଦ୍ରସରକାରଙ୍କୁ ପଠାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି।

ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଜିଠାରୁ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ନୀତି ଚୂଡାନ୍ତ ହେବ।ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ଚୂଡାନ୍ତ ଶିକ୍ଷାନୀତିର ଅବଧିକୁ ବଢ଼ାଯାଉ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପ୍ରାଥମିକ ଶିକ୍ଷାର କିଭଳି ଭାବେ ସଂସ୍କାର ଅଣାଯିବ,ଗୁଣାତ୍ମକ ଶିକ୍ଷା ନେଇ ଜାତୀୟ ଶିକ୍ଷାନୀତି ପାଇଁ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି।କେନ୍ଦ୍ରସରକାର ରାଜ୍ୟ ସରକାରଙ୍କ ଠାରୁ ସବିଶେଷ ପରାମର୍ଶ ଆଶା କରିଛନ୍ତି।ଆଗକୁ ଚୁଡାନ୍ତ ଡ୍ରାଫ୍ଟ କେନ୍ଦ୍ରସରକାରଙ୍କୁ ପ୍ରଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

Conclusion:ଜାତୀୟ ଶିକ୍ଷାନୀତି ୨୦୧୯ ଚୁଡାନ୍ତ ଚିଠା ପ୍ରସ୍ତାବ ଉପରେ ସମସ୍ତ ରାଜ୍ୟ କୁ ପରାମର୍ଶ ମାଗିଛନ୍ତି କେନ୍ଦ୍ର ସରକାର।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.