ETV Bharat / city

‘ପରୀ’ ପ୍ରସଙ୍ଗରେ କଂଗ୍ରେସ ଦୁଇ ଫାଳ ! ଡ୍ୟାମେଜ୍ କଣ୍ଟ୍ରୋଲ୍ ପାଇଁ ଆସୁଛନ୍ତି ପ୍ରଭାରୀ

କଂଗ୍ରେସ କନ୍ଦଳ ଦୂର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଅଧିକ ପଢନ୍ତୁ...

author img

By

Published : Dec 2, 2020, 9:52 PM IST

କଂଗ୍ରେସ ବିଧାୟକ ଦଳ ମଧ୍ୟରେ ବିବାଦ, ସମାଧାନ ପାଇଁ ଆସୁଛନ୍ତି ପ୍ରଭାରୀ

ଭୁବନେଶ୍ବର: କଂଗ୍ରେସ କନ୍ଦଳ ଦୂର ପାଇଁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ‘ପରୀ’ ହତ୍ୟା ମାମଲାରେ ବିଧାୟକ ଦଳ ଦୁଇ ଫାଳ ହୋଇଛି । ଘଟଣାକୁ କିଭଳି ବିଧାୟକ ଗୁରୁତର ସହ ନେଇ ବିଧାୟକ ଦଳର ନେତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି , ସେ ନେଇ ବିଚାରବିମର୍ଶ କରିବେ ପ୍ରଭାରୀ ।

ବିଜେପି ‘ପରୀ’ ପ୍ରସଙ୍ଗକୁ ବଡ ଆକାରରେ ନେଉଥିବା ବେଳେ କଂଗ୍ରେସ ନୀରବ ରହିଛି । ଯାହାକୁ କିଛି ନେତା ଗ୍ରହଣ କରି ପାରୁନାହାଁନ୍ତି । ଆସନ୍ତା 4 ତାରିଖ 11ଟାରେ ସବୁ ବିଧାୟକଙ୍କ ସାମିଲରେ ବୈଠକର ନେତୃତ୍ବ ନେବେ ପ୍ରଭାରୀ । ଏହାପରେ 4ଟାରେ ବରିଷ୍ଠ ନେତାଙ୍କ ସହ କରିବେ ଆଲୋଚନା । 5 ତାରିଖରେ ନୟାଗଡ଼ ଗସ୍ତରେ ଯାଇ ପରୀ ବାପା ଓ ମାଙ୍କୁ ଭେଟିବେ । ନୟାଗଡ଼ ରୁ ଫେରି କଂଗ୍ରେସ ଭବନରେ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ବୈଠକ କରିବେ ।

ନୟାଗଡର ୫ ବର୍ଷୀୟ ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ରାଜନୈତିକ ବୟାନବାଜି ବି ଜୋରଧରିଛି । ବିଜେପି ପକ୍ଷରୁ କଂଗ୍ରେସ ପ୍ରତି ଦିଆଯାଇଥିବା ମନ୍ତବ୍ୟର କଡା ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.