ଭୁବନେଶ୍ବର: କଂଗ୍ରେସକୁ ଲାଗିଲା ଝଟକା। ସ୍ଥିତି ମଜବୁତ ଥିବା କଟକ ଓ ଜଟଣୀକୁ ଶକ୍ତ ଧକ୍କା । କାରଣ କଂଗ୍ରେସର ଦୁଇ ନେତାଙ୍କୁ ଦେଖିବାକୁ ମିଳିଛି ବିଜେଡି ଶିବିରରେ । ଯାହା ଏବେ ଉଭୟ କଟକ ବିଧାୟକ ପ୍ରାର୍ଥୀ ମହମ୍ମଦ ମୋକିମ ଓ ଜଟଣୀ ସୁର ରାଉତରାୟଙ୍କୁ ଲାଗିଛି ବଡ ଝଟକା।
କାରଣ ଜଟଣୀର ସୁଦର୍ଶନ ସାମନ୍ତରାୟ ଓ କଟକର ଆଲିଖ ପଟେଲ ମିଶିଛନ୍ତି ବିଜେଡିରେ। ଦଳ ମୁଖିଆ ନବୀନ ନିବାସରେ ମୁଖିଆଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି। ଯାହା କଂଗ୍ରେସ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇପାରେ। କାରଣ ଦୀର୍ଘଦିନ ଧରି ମୋକିମ କଟକରୁ ଭଲ ସଂଗଠନ କରି ମଜବୁତ ସ୍ଥିତିରେ ଅଛନ୍ତି। ହେଲେ ଆଲିଖ ଦଳର ସକ୍ରିୟ ସଦସ୍ୟ ଥିବାର ତାଙ୍କର ଅନୁପସ୍ଥିତି ଦଳ ପାଇଁ ବୁମେରାଂ ହେବ ବୋଲି ସେ ନିଜେ କହିଛନ୍ତି।
ଭୁବନେଶ୍ବରରୁ ତାପସ କୁମାର ପରିଡା,ଇଟିଭି ଭାରତ