ETV Bharat / city

ରାଜଧାନୀରୁ ଲୁଟ ପଛରେ ବାଂଲାଦେଶୀ ଲିଙ୍କ୍ - bhubaneswar

ବାଂଲାଦେଶରୁ ଆସି ଓଡିଶାରେ ଆତଙ୍କ ଖେଳାଇଥିଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ । କେତେବେଳେ ହାତଗୋଡ ବାନ୍ଧି ତ କେତେବେଳେ ଛୁରୀ ଦେଖାଇ କରୁଥିଲେ ଲୁଟ । ଏହି ଲୁଟେରା ଗ୍ୟାଙ୍ଗର 2 ଲୁଟେରା ଏବେ ଦିଲ୍ଲୀ ପୋଲିସ ହାତରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 8:33 PM IST

Updated : May 16, 2019, 8:48 PM IST

ଭୁବନେଶ୍ବର: କାନନ ବିହାର ଲୁଟ ପଛରେ ବାଂଲାଦେଶୀ ଲିଙ୍କ । ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ବାଂଲାଦେଶୀ ଲୁଟେରା । କବାଟ ଓ ଝରକା ତାଡି ଘରେ ପଶିବା ସହ ଗୋଡ ହାତ ବାନ୍ଧି ଲୁଟ କରୁଛନ୍ତି ସୁନା ଗହଣା । ଏପରିକି ଛୋଟ ପିଲାଙ୍କ ବେକରେ ଛୁରି ଲଗାଇ ଲୋକଙ୍କୁ ଭୟଭୀତ କର ଲୁଟପାଟ କରୁଛନ୍ତି ଏମାନେ । ଏପରି ଆତଙ୍କ ରାଜ କରୁଥିବା ବାଂଲାଦେଶୀ ଗ୍ଯାଙ୍ଗର ସୁରାଖ ଲାଗିଛି କମିସନରେଟ ପୋଲିସ ହାତରେ । ଯାହାକୁ ନେଇ ଦିଲ୍ଲୀ ଗସ୍ତ କରିଛି କମିସନରେଟ ପୋଲିସର ଏକ ଟିମ । କାରଣ ଏହି ଗ୍ଯାଙ୍ଗର ଦୁଇ ଲୁଟେରା ଏବେ ଦିଲ୍ଲୀ ପୋଲିସ କବଜାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୋଆ, ବାଙ୍ଗାଲୋର, ଚେନ୍ନାଇ ଭଳି ଅନେକ ସହରରେ ଏଇଭଳି ଲୁଟପାଟ କରି ଫେରାର ହେଉଥିବା ଗ୍ଯାଙ୍ଗର ସୁରାଖ ପାଇ ଦୁଇ ଜଣଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ । ପଚରା ଉଚରା ବେଳେ ଭୁବନେଶ୍ବରରେ ବି ଲୁଟପାଟ କରିଥିବା ମାନିଛନ୍ତି ଲୁଟେରା । ତେବେ ପଶ୍ଚିମବଙ୍ଗ ଦେଇ ଭାରତକୁ ପ୍ରବେଶ କରୁଥିବା ଲୁଟେରାଙ୍କ ପାଇଁ ସୁରକ୍ଷିତ ରୁଟ ହେଉଛି ଟ୍ରେନ ଯାତ୍ରା । ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଲୁଟପାଟ ପରେ ନିକଟସ୍ଥ ଷ୍ଟେସନ ଦେଇ ସେମାନେ ଟ୍ରେନରେ ମାରୁଥିଲେ ଚମ୍ପଟ । ତେବେ ଦୁଇ ଲୁଟେରାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିସନରେଟ ପୋଲିସ ।

ପୋଲିସ ସ୍କାନରରେ ରହିଛି ଦୁଇଟି କେସ । ସମାନ ଢଙ୍ଗରେ ଓ ସମାନ ଅଞ୍ଚଳରୁ ଲୁଟ ପରେ ଫେରାର ହୋଇଥିଲେ ଲୁଟେରା । ଫେବୃଆରୀ ୨ ତାରିଖ ଇନଫୋସିଟି ଥାନା କାନନ ବିହାରର ସେନାଅଧିକାରୀଙ୍କ ଘରୁ ଲୁଟ ଓ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରର ଜଣେ ମହିଳାଙ୍କ ଘରୁ ମଧ୍ଯ ସମାନ ଢଙ୍ଗରେ ଲୁଟ ହୋଇଥିଲା । ତେବେ ଚୋରି ହୋଇଥିବା ଏକ ମୋବାଇଲର ଲୋକେସନ ବାଂଲାଦେଶ ସୀମାରେ ଟ୍ରାକ ହେବା ପରେ ହୋଇଥିଲା ଲୁଟେରାଙ୍କ ପର୍ଦ୍ଦାଫାସ । ଦୁଇ ଲୁଟେରାଙ୍କୁ ରିମାଣ୍ଡରେ ଆଣିବା ପରେ ଜଣାପଡିବ ଗ୍ଯାଙ୍ଗରେ ବାକି ସଦସ୍ଯ ଓ ସେମାନଙ୍କ ଲୁଟ ସମ୍ପର୍କରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

କାନନ ବିହାର ଲୁଟ ପଛରେ ବାଙ୍ଗଲାଦେଶି ଲିଙ୍କ

ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ବାଙ୍ଗଲାଦେଶି ଲୁଟେରା। କବାଟ ଓ ଝରକା ତାଡି ଘରେ ପଶିବା ସହ ଗୋଡ ହାତ ବାନ୍ଧି ଲୁଟ କରୁଛନ୍ତି ସୁନା ଗହଣା। ଏପରିକି ଛୋଟ ପିଲାଙ୍କ ବେକରେ ଛୁରି ଲଗାଇ ଭୟ ଦେଖାଇ ଲୁଟପାଟ କରୁଛନ୍ତି ଟଙ୍କା ପଇସା ଓ ଗହଣା। ଏପରି ଆତଙ୍କ ରାଜ କରୁଥିବା ବାଙ୍ଗଲାଦେଶି ଗ୍ଯାଙ୍ଗର ସୁରାକ ଲାଗିଛି ଗମିସନରେଟ ପୋଲିସ ହାତରେ ।ଯାହାକୁ ନେଇ ଦିଲ୍ଲି ଗସ୍ତ କରିଛି କମିସନରେଟ ବୋଲିସର ଏକ ଟିମ। କାରଣ ଏହି ଗ୍ଯାଙ୍ଗର ଦୁଇ ଲୁଟେରା ଏବେ ଦିଲ୍ଲି ପୋଲିସ କବଜାରେ। ଗୋଆ ,ବାଙ୍ଗାଲୋର,ଚେନ୍ନାଇ  ଭଳି ଅନେକ ସହରରେ ଏଇଭଳି ଲୁଟପାଟ କରି ଫେରାର ହେଉଥିବା ଗ୍ଯାଙ୍ଗ ର ସୁରାକ ପାଇ ଦୁଇ ଜଣଙ୍କୁ ଗିରଫ କରିଥିଲା ଦିଲ୍ଲି ପୋଲିସର ସ୍ପେଶାଲ ସ୍କ୍ବାଡ ।ପଚରା ଉଚରାବେଳେ ଭୁବନେଶ୍ବରରେ ବି ଲୁଟପାଟ କରିଥିବା ମାନିଛନ୍ତି ଲୁଟେରା। ତେବେ ବଶ୍ଚିମବଙ୍ଗ ଦେଇ ଭାରତକୁ ପ୍ରବେଶ କରୁଥିବା ଲୁଟେରାଙ୍କ ସେଫ ରୁଟ ହଉଛି ଟ୍ରେନ ଯାତ୍ରା। ନିର୍ଧିଷ୍ଟ ଅଂଚଳରୁ ଲୁଟପାଟ ପରେ ନିକଟସ୍ଧ ଷ୍ଟେସନ ଦେଇ ଟ୍ରେନରେ ମାରୁଥିଲେ ଚମ୍ପଟ। ତେବେ ଦୁଇ ଲୁଟେରାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିସନରେଟ ପୋଲିସ। ତେବେ ପୋଲିସ ସ୍କାନରରେ ରହିଛି ଦୁଇଟି କେସ । ସମାନ ଢଙ୍ଗରେ ଓ ସମାନ ଅଂଚଳରୁ ଲୁଟ ପରେ ଫେରାର ହୋଇଥିଲେ। ଫେବୃଆରି ୨ ତାରିଖ ଇନଫୋସିଟ ଥାନା କାନନ ବିହାର ର ସେନାଅଧିକାରିଙ୍କ ଘରୁ ଲୁଟ ଘଟଣା। ସେହିପରି ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରି ବିହାର ଜଣେ ଲେଡିଙ୍କ ଘରୁ ମଧ୍ଯ ସମାନ ଢଙ୍ଗରେ ଲୁଟ କରିଥିବା ବେଳେ ଲୁଟ ହୋଇଥିବା ଏକ ମୋବାଇଲର ଲୋକେସନ ବାଙ୍ଗଲାଦେଶ ବର୍ଡରରେ ଟ୍ରେସ ହେବା ପରେ ପୋଲିସ ପାଇଁ ଚ୍ଯାଲେଙ୍ଜ ଥିଲା। ତେବେ ଦୁଇ ଲୁଟେରାଙ୍କୁ ରିମାଣ୍ଡରେ ଆଣି ବା ପରେ ଜଣାପଡିବ ଗ୍ଯାଙ୍ଗର ବାକି ସଦସ୍ଯ ଓ ସେମାନଙ୍କ ଲୁଟ ସମ୍ପର୍କରେ ।

ବାଇଟ-ଅନୁପ ସାହୁ,ଡିସିପି ଭୁବନେଶ୍ବର

ହ୍ବାଟସପରେ ବାଇଟ
Last Updated : May 16, 2019, 8:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.