ଭୁବନେଶ୍ବର: ମାର୍କେଟ ବିଲଡିଂ ଗଣ୍ଡଗୋଳ ଘଟଣାରେ 18 ଜଣକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ 6 ଜଣ ସାବାଳକଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଏମାନଙ୍କ ମଧ୍ୟରେ 12 ଜଣ ନାବାଳକ ରହିଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଜଣାଇଛନ୍ତି। ମାଧବ ପ୍ରଧାନ, ପ୍ରିୟରଂଜନ ଦାସ, ରବିନ୍ଦ୍ର ନାୟକ, କେ ସନ୍କେଷ କୁମାର,ଚନ୍ଦନ ଦାସ, ବିଶ୍ବନାଥ ପ୍ରଧାନକୁ ଦଙ୍ଗା ଓ ସାଧାରରଣରେ ଶୃଙ୍ଖଳା ଆଦି ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ।
ଗିରଫ ୧୮ ଜଣଙ୍କ ମଧ୍ଯରୁ ୧୨ ଜଣ ନାବାଳକ ରହିଛନ୍ତି। ଏହି ଘଟଣାରେ 30 ଜଣ ସମ୍ପୃକ୍ତ ରହିଥିବାବେଳେ 21 ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନ୍ୟମାନେ ଫେରାର ରହିଥିବା ସେ କହିଛନ୍ତି। ଗିରଫ ନାବାଳକଙ୍କୁ ଖୁବଶୀଘ୍ର ଜୁଭେନାଇଲ କୋର୍ଟରେ ହାଜର କରାଯିବ।
ଭାଇ ଭଉଣୀ ଘଣ୍ଟା କିଣିବାକୁ ଦୋକାନକୁ ଯାଇଥିବାବେଳେ ବିବାଦ ଉପୁଜିଥିବା ପୋଲିସ କମିଶନର କହିଛନ୍ତି । ଏହି ଘଟଣା ଗୋପୀ ନାମକ ଯୁବକଠୁ ଆରମ୍ଭ ହୋଇଥିଲା ଓ ଏହି ଘଟଣା ସମ୍ପର୍କରେ ଅଧିକ ଅନୁଧ୍ୟାନ ପାଇଁ ପୋଲିସ ଖୋଳତାଡ଼ ଜାରି ରଖିଥିବା ସେ କହିଛନ୍ତି । ଗିରଫ ହୋଇଥିବା ନାବାଳକଙ୍କ ମଧ୍ୟରୁ ଏକାଧିକ ଯୁକ୍ତ ଦୁଇ ଛାତ୍ର ବୋଲି ଜଣାପଡିଛି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଡିସିପିଙ୍କ ନେତୃତ୍ବରେ 3ଟି ଟିମ ଚଢାଉ ଜାରି ରଖିଥିବା ବେଳେ 6 ଜଣ ସାବାଳକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ