ଭୁବନେଶ୍ବର: ପ୍ରତ୍ୟେକ ଦିନ ବଢୁଛି କୋରୋନା ଜନିତ ମୃତ୍ୟୁ । ଆଜି ପୁଣି ରାଜ୍ୟରେ କୋରୋନା ନେଲା 17 ଜୀବନ । ଆଜକୁ ମିଶାଇ କୋରୋନା ମୃତ୍ୟୁ ସଂଖ୍ୟା 892ରେ ପହଞ୍ଚିଛି ।
ବାଲେଶ୍ବରରେ 47 ବର୍ଷ ଓ 62 ବର୍ଷର ପୁରୁଷ ସହିତ 65 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଭଦ୍ରକରେ 56 ବର୍ଷର ମହିଳା, ଢେଙ୍କାନାଳରେ 36 ବର୍ଷର, 65 ବର୍ଷର ଓ 61 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ଭାବରେ ଗଞ୍ଜାମରେ 54 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ଜଗତସିଂହପୁରରେ 62 ବର୍ଷର ଓ 49 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।
ସେହିପରି ଯାଜପୁରରେ 57 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧାରେ 68 ବର୍ଷର ମହିଳା ଓ 65 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ମୟୂରଭଞ୍ଜରେ 56 ବର୍ଷର ପୁରୁଷ, ନୟାଗଡରେ 53 ବର୍ଷର ମହିଳା ପୁରୀରେ 85 ବର୍ଷର ପୁରୁଷ ଓ 70 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 229387 ଥିବାବେଳେ 194128ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 34314ଟି ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ପାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ