ETV Bharat / city

କୋରୋନା କାୟା, ଗୋଟିଏ ଦିନରେ ଗଡିଲା 17 ମୁଣ୍ତ - କୋରୋନା ମୃତ୍ୟୁ

ରାଜ୍ୟରେ କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ କୋରୋନା ନେଲା 17 ମୁଣ୍ତ । ଅଧିକ ପଢନ୍ତୁ...

17 more corona patient died in state
କୋରୋନା କାୟା, ଗୋଟିଏ ଦିନରେ ଗଡିଲା 17 ମୁଣ୍ତ
author img

By

Published : Oct 9, 2020, 12:29 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ କୋରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ 17 ଜଣଙ୍କ ମୁଣ୍ତ ଯାଇଛି । ବାଲେଶ୍ବରରେ 55 ବର୍ଷ, 70 ବର୍ଷର ପୁରୁଷ ଓ 72 ବର୍ଷର ମହିଳାଙ୍କର ମୃତ୍ୟୁ ହୋଇ ଥିବା ବେଳେ ବରଗଡରେ 53 ବର୍ଷର ପୁରୁଷଙ୍କର ଜୀବନ ଯାଇଛି । ଭୁବନେଶ୍ବରରେ 75 ବର୍ଷର ମହିଳା ଓ 72 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି।

ସେହିପରି କଳାହାଣ୍ଡିରେ 70 ବର୍ଷର ପୁରୁଷଙ୍କ ଓ କନ୍ଧମାଳରେ 51 ବର୍ଷର ପୁରୁଷଙ୍କର ପ୍ରାଣ ଯାଇଛି । ଖୋର୍ଦ୍ଧାରେ 64 ବର୍ଷର ଓ 50 ବର୍ଷର ପୁରୁଷଙ୍କର ଜୀବନ ଯାଇଛି । ମୟୂରଭଞ୍ଜରେ 53 ବର୍ଷର ଓ 56 ବର୍ଷର ପୁରୁଷ, ମାଲକାନଗିରିରେ 40 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ନୟାଗଡରେ 80 ବର୍ଷର ପୁରୁଷଙ୍କର ପ୍ରାଣହାନୀ ଘଟିଛି। ପୁରୀରେ 90 ବର୍ଷର ପୁରୁଷ ଓ 80 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ସୁବର୍ଣ୍ଣପୁରରେ 67 ବର୍ଷର ପୁରୁଷଙ୍କର ମୁଣ୍ତ ନେଇଛି ଏହି ଭାଇରସ । ତେବେ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା 991ଛୁଇଁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.