ETV Bharat / city

ଷୋଡଶ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

author img

By

Published : Feb 11, 2020, 7:14 AM IST

ଓଡିଶା ଡ୍ୟାନ୍ସ ଏକାଡେମୀ, ଆର୍ଟ ଭିଜନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଥିବ 16ଷ ଧଉଳି କଳିଙ୍ଗ ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି ।

16th-dhauli-kalinga-mahotsav-started
ଷୋଡଶ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

ଭୁବନେଶ୍ବର: ଓଡିଶା ଡ୍ୟାନ୍ସ ଏକାଡେମୀ, ଆର୍ଟ ଭିଜନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଥିବ 16ଷ ଧଉଳି କଳିଙ୍ଗ ମହୋତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି । କଳିଙ୍ଗର ସେହି ମାଟି ଯେଉଁଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ ଶାନ୍ତିର ବାର୍ତ୍ତା ବାଣ୍ଟି ଥିଲେ ସେହିଠାରୁ ଆଜି ଗୁଞ୍ଜରିତ ହେଉଛି ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଓ ବାଦ୍ୟଯନ୍ତ୍ରର ଅପୂର୍ବ ଶବ୍ଦରେ ।

ଷୋଡଶ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ

ଏହି ଉତ୍ସବର ପ୍ରଥମ ଅର୍ଘ୍ୟ ରୂପେ ଓଡିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନ ଅନୁଷ୍ଠାନର କଳାକାରମାନେ ମିଳିତ ଭାବେ ପରିବେଷଣ କରିଥିଲେ ଓଡ଼ିଶୀର ପଲ୍ଲବୀ । ଯାହାକି ରାଗ ଶଙ୍କର ଭରଣ ଓ ହଂସ ଧ୍ଵନି ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା । ଯାହାକି ଓଡିଶୀ ଗୁରୁ କେଳୁ ଚରଣ ମହାପତ୍ରଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରିବେଷଣ କରାଯାଇଥିବା କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଶ୍ରୀମତୀ ଅରୁଣା ମହାନ୍ତି । ଏହା ପରେ ପରେ ବମ୍ବେରୁ ଆସିଥିବା କଥକ ନୃତ୍ୟାଙ୍ଗନା ରାଜଶ୍ରୀ ସିର୍କେଭ ତାଙ୍କ ସାଥୀମାନେ କଥକ ଓ ଆସ୍ଥା ଡେବୁ ଓ ତାଙ୍କ ସାଥୀମାନେ ସମକାଳୀନ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ଉପସ୍ଥିତ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇ ଥିବା ଦେଖିବାକୁ ମିଳିଥିଲା ।

ତେବେ ଏହି ଉତ୍ସବ 16 ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ଏକ ଆମ୍ପି ଥିଏଟର ପ୍ରତିଷ୍ଠା କରିବା ସହ ଏହାକୁ ବିଶ୍ୱସ୍ତରୀୟ ଏକ ଉତ୍ସବଭାବେ ପରିଚିତ କରାଯିବା ପାଇଁ ଅନୁଷ୍ଠାନ ପ୍ରଚେଷ୍ଟା କରୁଥିବା କହିଛନ୍ତି ଶ୍ରୀମତୀ ମହାନ୍ତି । ସନ୍ଧ୍ୟାର ଆରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଦ୍ୱାରା ହୋଇଥିଲା । ଏଥିରେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ବିଶିଷ୍ଟ ଭାଷାବିତ ଡ଼ଃ ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଆର ବାଲକୃଷ୍ଣନ ପ୍ରମୁଖ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶା ଡ୍ୟାନ୍ସ ଏକାଡେମୀ,ଆର୍ଟ ଭିଜନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଥିବ 16ଷ ଧଉଳି କଳିଙ୍ଗ ମହୋତ୍ସବ ଆଜି ଉଦ୍ଘାଟିତ ହୋଇଛି।କଳିଙ୍ଗର ସେହି ମାଟି ଯେଉଁଠି ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇ ଶାନ୍ତିର ବାର୍ତ୍ତା ବାଣ୍ଟି ଥିଲେ ସେହିଠାରୁ ଆଜି ଗୁଞ୍ଜରିତ ହେଉଛି ନୃତ୍ୟଶିଳ୍ପୀଙ୍କ ଘୁଙ୍ଗୁର ଓ ବାଦ୍ୟଯନ୍ତ୍ରର ଅପୂର୍ବ ଶବ୍ଦରେ।

Body:ଏହି ଉତ୍ସବର ପ୍ରଥମ ଅର୍ଘ୍ୟ ରୂପେ ଓଡିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନ ଅନୁଷ୍ଠାନ ର କଳାକାରମାନେ ମିଳିତ ଭାବେ ପରିବେଷଣ କରିଥିଲେ ଓଡ଼ିଶୀର ପଲ୍ଲବୀ।ଯାହାକି ରାଗ ଶଙ୍କରଭରଣ ଓ ହଂସ ଧ୍ଵନି ଏବଂ ତାଳ ଏକତାଳି ଉପରେ ନିବଦ୍ଧ ଥିଲା ।ଯାହାକି ଓଡିଶୀ ଗୁରୁ କେଳୁ ଚରଣ ମହାପତ୍ରଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପରିବେଷଣ କରାଯାଇଥିବା କହିଛନ୍ତି ଅନୁଷ୍ଠାନର ମୁଖ୍ୟ ଶ୍ରୀମତୀ ଅରୁଣା ମହାନ୍ତି।ଏହା ପରେ ପରେ ବମ୍ବେ ରୁ ଆସିଥିବା କଥକ ନୃତ୍ୟାଙ୍ଗନା ରାଜଶ୍ରୀ ସିର୍କେଭ ତାଙ୍କ ସାଥୀମାନେ କଥକ ଓ ଆସ୍ଥା ଡେବୁ ଓ ତାଙ୍କ ସାଥୀମାନେ ସମକାଳୀନ ନୃତ୍ୟ ପରିବେଷଣ କରିଥିଲେ ।ଯାହାକି ଉପସ୍ଥିତ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇ ଥିବା ଦେଖିବାକୁମିଳିଥିଲା।
ତେବେ ଏହି ଉତ୍ସବ 16 ବର୍ଷରେ ପଦାର୍ପଣ କରିଥିବାବେଳେ ଏଠାରେ ଏକ ଆମ୍ପି ଥିଏଟର ପ୍ରତିଷ୍ଠା କରିବା ସହ ଏହାକୁ ବିଶ୍ୱ ସ୍ତରୀୟ ଏକ ଉତ୍ସବଭାବେ ପରିଚିତ କରାଯିବା ପାଇଁ ଅନୁଷ୍ଠାନ ପ୍ରଚେଷ୍ଟା କରୁଥିବା କହିଛନ୍ତି ଶ୍ରୀମତୀ ମହାନ୍ତି।
ସନ୍ଧ୍ୟାର ଆରମ୍ଭ ଅତିଥିମାନଙ୍କ ଦ୍ୱାରା ପ୍ରଦୀପପ୍ରଜ୍ଜ୍ୱଳନ ଦ୍ୱାରା ହୋଇଥିଲା।ଏଥିରେ ବିଶିଷ୍ଟ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀମତୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ,ବିଶିଷ୍ଟ ଭାଷାବିତ ଡ଼ଃ ଦେବୀପ୍ରସନ୍ନ ପଟ୍ଟନାୟକ,ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀଯୁକ୍ତ ଆର ବାଲକୃଷ୍ଣନ ପ୍ରମୁଖ ଯୋଗଦେଇଥିଲେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.