ETV Bharat / city

ରାଜ୍ଯ ବାହାରକୁ ଗଲାଣି ୯୦ ଅକ୍ସିଜେନ ଟ୍ଯାଙ୍କର, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

author img

By

Published : Apr 27, 2021, 4:19 PM IST

ଜୀବନ ରକ୍ଷାକାରୀ ଅମ୍ଲଜାନକୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଇ ଓଡିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । 90 ଟି ଟ୍ୟାଙ୍କରରେ 1675.781 ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ଆଠଟି ରାଜ୍ୟକୁ ପଠାଇଛି ଓଡିଶା । ଚାଲନ୍ତୁ ଜାଣିବା କେଉଁ ଜିଲ୍ଲାରୁ ଯାଇଛି କେତେ ପରିମାଣର ଅକ୍ସିଜେନ ?

1675 MT of medical oxigen  sent from odisha to other state
ରାଜ୍ଯ ବାହାରକୁ ଗଲାଣି ୯୦ ଅକ୍ସିଜେନ ଟ୍ଯାଙ୍କର,ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର: ସାରା ଭାରତରେ ମହାମାରୀ କୋରୋନାର ପ୍ରକୋପ ଜାରୀ ରହିଥିବାବେଳେ ଏହି ସମୟରେ ଜୀବନ ରକ୍ଷାକାରୀ ମେଡିକାଲ ଅକ୍ସିଜେନ ଦେଶ ବିଭିନ୍ନ ରାଜ୍ୟକୁ ପଠାଇ ଉଦାହରଣ ସୃଷ୍ଟି କରିଛି ଓଡିଶା । 90 ଟି ଟ୍ୟାଙ୍କରରେ 1675.781 ମେଟ୍ରିକ ଟନ ମେଡିକାଲ ଅକ୍ସିଜେନ ଆଠଟି ରାଜ୍ୟକୁ ପଠାଇଛି ଓଡିଶା । ଏହି ଅଭିଯାନରେ ଓଡିଶା ପୋଲିସର ସ୍ବତନ୍ତ୍ର ଟିମ ମନିଟରିଂ କରି ବିଭିନ୍ନ ରାଜ୍ୟକୁ ପଠାଇଛି ଅମ୍ଲଜାନ ।

ଦେଶର ଆଠଟି ରାଜ୍ୟକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ପଠାଇଛି ଓଡିଶା । ରାଜ୍ୟର ଶିଳ୍ପାଞ୍ଚଳ ରାଉରକେଲା, ଅନୁଗୋଳ,ଢେଙ୍କାନାଳ ଓ ଯାଜପୁରରେ ମହଜୁଦ ଥିବା ଅକ୍ସିଜେନ ପଠାଯାଇଛି । ବିଶେଷ କରି ଆଠଟି ରାଜ୍ୟ ତେଲେଙ୍ଗାନା,ଆନ୍ଧ୍ରପ୍ରଦେଶ,ତାମିଲନାଡୁ,ହରିୟାଣା,ମହାରାଷ୍ଟ୍ର,ମଧ୍ୟପ୍ରଦେଶ,ଛତିଶଗଡ ଓ ଉତ୍ତରପ୍ରଦେଶକୁ ଟ୍ୟାଙ୍କର ମାଧ୍ୟମରେ ଅକ୍ସିଜେନ ପଠାଯାଇଛି ।

ଜୀବନ ରକ୍ଷାକାରୀ ଅକ୍ସିଜେନ ପଠାଇବାର କାର୍ଯ୍ୟକ୍ରମରେ ଓଡିଶା ପୋଲିସ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ଆଇନ ଶୃଙ୍ଖଳା ଦାୟିତ୍ବରେ ଥିବା ଅତିରିକ୍ତ ଡିଜି ଯଶୱନ୍ତ ଜେଠୱାଙ୍କ ନେତୃତ୍ବରେ ସ୍ବତନ୍ତ୍ର ମନିଟରିଂ ଟିମ ଗଠନ କରାଯାଇଥିଲା । ଯେ ଭଳି କି ଅମ୍ଲଜାନ ପଠାଯିବା ସମୟରେ କୌଣସି ଅଘଟଣ କିମ୍ବା ଟ୍ରାଫିକ ସମସ୍ୟା ନ ଉପୁଜେ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା । ରାଜ୍ୟ ପୋଲିସ ବିଭିନ୍ନ ରାଜ୍ୟ ପୋଲିସ ସହ ଯୋଗାଯୋଗ କରି ଜରୁରୀ ପରିସ୍ଥିତିରେ ଅକ୍ସିଜେନ ପଠାଯାଇଛି ।

ସୂଚନାଥାଉକି ମହାମାରୀ କୋରୋନାର ଦ୍ବିତୀୟ ପର୍ଯ୍ୟାୟ ଭାତରେ ହୁ ହୁ ହୋଇ ବଢି ଚାଲିଥିଲାବେଳେ କ୍ରମାଗତ ଭାବରେ ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅକ୍ସିଜେନର ଅଭାବ ଦେଖାଦେଇଛି । କୋରୋନା ମୁକାବିଲାରେ ଅକ୍ସିଜେନର ଭୂମିକା ମୁଖ୍ୟ ରହିଥିବାବେଳେ ଦେଶରେ ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଚ୍ରରେ ଅକ୍ସିଜେନ ଅଭାବରୁ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ମୃତ୍ୟୁ ମୁଖରେ ପଢିଛନ୍ତି । ଏହି ପରିପ୍ରେକ୍ଷିରେ ଓଡିଶାର ବିଭିନ୍ନ ଶିଳ୍ପ କାରଖାନାରେ ମହଜୁଦ ରହିଥିବା ଅକ୍ମିଜେନକୁ ବିଭିନ୍ନ ରାଜ୍ୟର ମେଡିକାଲକୁ ଅକ୍ସିଜେନ ପଠାଇ ଓଡିଶା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.