ଭୁବନେଶ୍ବର: ସକାଳ ୧୧ଟା ୩୦ରେ ହୀରାକୁଦ ଡ୍ୟାମର ଖୋଲିବ ୧୬ଟି ଗେଟ । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ୬୨୦ଘନ ଫୁଟ ଜଳ ରହିଛି । ତେଣୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସକାଳ ୧୧.୩୦ରେ ୧୬ଟି ଗେଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଛତିଶଗଡ଼ ମଧ୍ୟ ତାର ବିଭିନ୍ନ ଗେଟ ଖୋଲିଛି । ତେଣୁ ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ବଢ଼ିବାରେ ଲାଗିଛି । ସକାଳ ୭ଟା ସୁଦ୍ଧା ଖଇରମାଲରେ ୩.୮ଲକ୍ଷ ଘନଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଏପଟେ ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ନଦୀ ଫୁଲି ରହିଛି । ସବୁ ନଦୀ ଫୁଲି ରହିଥିବାରୁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ରହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ