ETV Bharat / city

16 ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ 16 ଆଇଏଏସ

author img

By

Published : Jan 23, 2021, 9:06 AM IST

16 ଜଣ ଆଇଏଏସ 16ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଏହାର ଶୈଖୁକ ବାତାବରଣକୁ ସମୃଦ୍ଧ କରିବା ଏବଂ ସରକାରୀ ବିଦ୍ୟାଳୟ ଗୁଡିକର ମହତ୍ତ୍ବ ବଢାଇବା ରହିଛି ଏହାର ଉଦ୍ଦେଶ୍ୟ ।

16 ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ 16 ଆଇଏଏସ
16 ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କଲେ 16 ଆଇଏଏସ

ଭୁବନେଶ୍ବର: ସପ୍ତାହକ ତଳେ ଘୋଷଣା ହୋଇଥିଲା ‘ପୋଷ୍ୟ ସ୍କୁଲ ଅଭିଯାନ' । ଏନେଇ 16 ଜଣ ଆଇଏଏସ 16 ଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରିଛନ୍ତି । ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଏହାର ଶୈଖୁକ ବାତାବରଣକୁ ସମୃଦ୍ଧ କରିବା ଏବଂ ସରକାରୀ ବିଦ୍ୟାଳୟ ଗୁଡିକର ମହତ୍ତ୍ବ ବଢାଇବା ଏହାର ଉଦ୍ଦେଶ୍ୟ ।

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର 'ମୋ ସ୍କୁଲ' ଢାଞ୍ଚାର ପୋଷ୍ୟ ସ୍କୁଲ ଅଭିଯାନରେ ଏବେ ସାମିଲ ହୋଇଛନ୍ତି ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ । ଶୁକ୍ରବାର ରାଜ୍ୟର 16 ବରିଷ୍ଠ ପ୍ରଶାସନିକ ଅଧିକାରୀ 16ଟି ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ମହାପାତ୍ର ଏହି ପୋଷ୍ୟ ସ୍କୁଲ ଅଭିଯାନରେ ସାମିଲ ହୋଇଛନ୍ତି । ସେ କେନ୍ଦୁଝର ଡିଏନ ଉଚ୍ଚ ମାଧ୍ୟମିକ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.