ଭୁବନେଶ୍ବର: କାୟା ବିସ୍ତାର କରିବାରେ ଲାଗିଛି କୋରୋନା ମହାମାରୀ । ପ୍ରତିଦିନ ନେଉଛି ଏକାଧିକ ମୁଣ୍ତ । ରାଜ୍ୟରେ 24ଘଣ୍ଟାରେ କୋରୋନାରେ 16ଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାଲେଶ୍ବରର 45 ବର୍ଷର ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରରେ 58 ବର୍ଷର ପୁରୁଷଙ୍କର ଜୀବନ ଯାଇଛି। ଭୁବନେଶ୍ବରରେ 51 ବର୍ଷର ପୁରୁଷ, 37 ବର୍ଷର ପୁରୁଷ, 50 ବର୍ଷର ପୁରୁଷ ଓ 59 ବର୍ଷର ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।
ସେହିପରି କଟକରେ ମଧ୍ୟ 58 ବର୍ଷର ପୁରୁଷ, ଜଗତସିଂହପୁରରେ 64 ବର୍ଷର ପୁରୁଷ ,ଯାଜପୁରରେ 52 ବର୍ଷର ପୁରୁଷ ଓ କୋରାପୁଟରେ 64 ବର୍ଷର ପୁରୁଷ, 48 ବର୍ଷର ପୁରୁଷ ଓ 50 ବର୍ଷର ପୁରୁଷ କୋଭିଡରେ ଆଖି ବୁଜିଛନ୍ତି । ମୟୂରଭଞ୍ଜରେ 53 ବର୍ଷର ପୁରୁଷ, ପୁରୀରେ 80 ବର୍ଷର ମହିଳା , 62 ବର୍ଷର ମହିଳା ଓ 42 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 783ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ