ETV Bharat / city

Mo School Campaign: ୧୭ କୋଟି ୬୯ଲକ୍ଷ ଟଙ୍କାର ମୋ ସ୍କୁଲ ପ୍ରକଳ୍ପକୁ ଅନୁମୋଦନ - ମୋ ସ୍କୁଲ ଅଭିଯାନ ଖବର

୧୭ କୋଟି ୬୯ଲକ୍ଷ ଟଙ୍କାର ମୋ ସ୍କୁଲ ପ୍ରକଳ୍ପକୁ ଅନୁମୋଦନ । ରୂପାନ୍ତିକରଣ ପ୍ରକ୍ରିୟାରେ ଗୋଷ୍ଠୀ ସହଭାଗିତାକୁ ଦିଆଗଲା ଗୁରୁତ୍ୱ । ଯୋଡ଼ିହେଲେ ୬. ୧୬ ଲକ୍ଷ ପୁରାତନ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

Mo School Campaign: ୧୭ କୋଟି ୬୯ଲକ୍ଷ ଟଙ୍କାର ମୋ ସ୍କୁଲ ପ୍ରକଳ୍ପକୁ ଅନୁମୋଦନ

author img

By

Published : Nov 30, 2021, 10:19 PM IST

ଭୁବନେଶ୍ବର: ମୋ ସ୍କୁଲ୍ ଅଭିଯାନର ୩୦ତମ କାର୍ଯ୍ୟନିବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମୋଡ୍‌ରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହି କ୍ରମରେ ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୬ ହଜାର ଏବଂ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀ ପ୍ରଦାନ କରିଛନ୍ତି ।

ସେହିଭଳି ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୬ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛନ୍ତି । ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ "ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକର ବିକାଶ ପାଇଁ 'ମୋ ସ୍କୁଲ୍‌ ଅଭିଯାନ’କୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି ।

ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ର ସଫଳ କାର୍ଯ୍ୟାନ୍ଵୟନ ପାଇଁ ପ୍ରଚେଷ୍ଟା ଜାରି ରହିଛି । ମୋ ସ୍କୁଲ୍ ଅଭିଯାନରେ ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଇତିମଧ୍ୟରେ ୭୮୩ ସ୍କୁଲ୍‌ରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ ବୈଠକର ଆୟୋଜନ କରାଯାଇଛି । ଏବେ ସୁଦ୍ଧା ୧୩୨୯ ଜଣ ମେଣ୍ଟର ରାଜ୍ୟର ୧୩୬୪ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି। ୫ଟି ହାଇସ୍କୁଲ୍ ରୂପାନ୍ତକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୬ଟି ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଆଗାମୀ ଦିନରେ ୩୦ ପ୍ରତିଶତ ପ୍ରକଳ୍ପ ବିଦ୍ୟାଳୟର ଆକାଉଣ୍ଟ୍ ଅଡିଟ୍ କରିବାକୁ ବୈଠକରେ ନିଷ୍ପରି ନିଆଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.