ETV Bharat / city

ଆଜି 158ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ - smart school inaguration

୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ଗୁରୁବାର) ୫ ଜିଲ୍ଲାରେ ୧୫୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଆଜି 158ଟି ସ୍ମାର୍ଟ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Nov 18, 2021, 7:04 AM IST

ଭୁବନେଶ୍ବର: ବଦଳୁଛି ରାଜ୍ୟରେ ଥିବା ଅନେକ ସ୍କୁଲର ରୂପରେଖ । ବିଦ୍ୟାଳୟରେ ଗଢା ହୁଅନ୍ତି ଦେଶର ଭବିଷ୍ୟତ । ପ୍ରତି ପିଲା ଭିତରେ ବିପୁଳ ପ୍ରତିଭା ଓ ସମ୍ଭାବନା ରହିଛି । ଆଉ ସେହି ସମ୍ଭାବନାକୁ ସଫଳ କରିବାକୁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ବଦଳୁଛି ପିଲାଙ୍କ ଶିକ୍ଷା ମନ୍ଦିର । ନୂଆ ରୂପରେ ନୂଆ ରଙ୍ଗରେ ଚମକୁଛି ସେମାନଙ୍କ ବିଦ୍ୟାପୀଠ । ୫-ଟି School Transformation କାର୍ଯ୍ୟକ୍ରମରେ ୩୦ ଜିଲ୍ଲାରେ ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଚାଲିଛି । ଆଜି(ଗୁରୁବାର) ୫ ଜିଲ୍ଲାରେ ୧୫୮ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଥମେ ସ୍କୁଲର ବିକାଶ କରାଯାଉଛି । ପିଲାମାନଙ୍କୁ ଉନ୍ନତ ଜ୍ଞାନକୌଶଳରେ ପାଠପଢା ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ କାନ୍ଥବାଡରେ ଚମକୁଛି ଭଳିକି ଭଳି ଚିତ୍ର । ପାଠ ପଢିବା ପ୍ରତି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ସ୍କୁଲଗୁଡିକ ଏକ ନୂଆ ରୂପ ଦେଉଛନ୍ତି ରାଜ୍ୟ ସରକାର ।

ଆଜି ଲୋକାର୍ପିତ ହେବାକୁ ଥିବା ସ୍କୁଲଗୁଡିକ ମଧ୍ୟରେ ମୟୂରଭଞ୍ଜରେ ୬୦ଟି ସ୍କୁଲ, ଖୋର୍ଦ୍ଧାରେ ୩୮, କଳାହାଣ୍ଡିରେ ୨୯ଟି, ଝାରସୁଗୁଡାରେ ୨୫ଟି ଓ ମାଲକାନଗିରିରେ ୬ଟି ସ୍କୁଲ ରହିଛି । ଭିସି ଯୋଗେ ବିଦ୍ୟାଳୟଗୁଡିକ ଲୋକାର୍ପଣ ହେବାକୁ ଥିବା ବେଳେ ଜିଲ୍ଲା ସ୍ତରରେ ଏନେଇ ବିଶେଷ ଆୟୋଜନ କରାଯାଇଛି ।

ପ୍ରକାଶ ଥାଉ କି, ଗତ ନଭେମ୍ବର ୧୬ରେ ୫ ଜିଲ୍ଲାରେ ୧୩୦ଟି ସ୍ମାର୍ଟ ସ୍କୁଲ ଉଦଘାଟନ କରିଥିଲେ । ଏହା ପୂର୍ବରୁ ନଭେମ୍ବର ୧୪ ତାରିଖରେ ବୌଦ୍ଧ ଜିଲ୍ଲା ୧୦ ହାଇସ୍କୁଲ, ସୋନପୁରର ୧୧ ହାଇସ୍କୁଲ, ଭଦ୍ରକର ୧୭ ହାଇସ୍କୁଲ ଓ କେନ୍ଦୁଝରର ୧୦୦ ହାଇସ୍କୁଲ ଓ ନଭେମ୍ବର ୧୧ ତାରିଖରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ଥିବା ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.