ETV Bharat / city

ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସୁବିଧା, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୫% ସଂରକ୍ଷଣ ବ୍ୟବସ୍ଥା - ମେଡିକାଲ ଓ ଇଂଜିନିୟରିଂ ପାଇଁ ୧୫% ରିଜର୍ଭେସନ

ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ରହିବ ରିଜର୍ଭେସନ । ୧୫ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ମେଡିକାଲ ଓ ଇଂଜିନିୟରିଂ କଲେଜ ପାଇଁ ୧୫% ରିଜର୍ଭେସନ

author img

By

Published : Mar 31, 2021, 3:44 PM IST

ଭୁବନେଶ୍ବର: ଏଣିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ରହିବ ସଂରକ୍ଷଣ ବ୍ୟବସ୍ଥା । ୧୫ ପ୍ରତିଶତ ସଂରକ୍ଷଣ ରଖିବା ଲାଗି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ଦକ୍ଷତା କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଗ୍ରାମାଞ୍ଚଳରେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ ଥିବା ପ୍ରସ୍ତାବକୁ ପ୍ରଥମେ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା । ଏହାପରେ ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇ ପାୱାର କମିଟି ଗଠନ କରିଥିଲେ ସରକାର ।

ମେଡିକାଲ ଓ ଇଂଜିନିୟରିଂ କଲେଜ ପାଇଁ ୧୫% ରିଜର୍ଭେସନ
ମେଡିକାଲ ଓ ଇଂଜିନିୟରିଂ କଲେଜ ପାଇଁ ୧୫% ରିଜର୍ଭେସନ

କମିଟିର ସୁପାରିଶ ଆଧାରରେ 15 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ସରକାର । ପରବର୍ତ୍ତୀ ସମୟରେ ଏନେଇ ଚଳିତ ବିଧାନସଭାରେ ସଂକଳ୍ପ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବସମ୍ମତି କ୍ରମେ ସଂକଳ୍ପ ବିଧାନସଭାରେ ଏହା ପାରିତ ହୋଇଥିଲା । ବୁଧବାର ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.