ଭୁବନେଶ୍ବର: ରାଜ୍ୟରେ ପୁଣି ଆଜି (ବୁଧବାର) 15 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଦିନକୁ ଦିନ ରାଜ୍ୟରେ ମୃତୁ ସଂଖ୍ୟା ବୃଦ୍ଧି ଘଟି 736 ରେ ପହଞ୍ଚିଛି ।
ମୃତ୍ୟୁ ଘଟିଥିବା 15 ଜଣଙ୍କ ଭିତରୁ ବାଲେଶ୍ୱରରେ 51 ବର୍ଷର ବ୍ୟକ୍ତିଙ୍କ ମୃତ୍ୟୁ ବରଣ କରିଥିବା ବେଳେ, ଭୁବନେଶ୍ୱରରେ 62 ବର୍ଷର ବ୍ୟକ୍ତି, 35 ବର୍ଷର ଯୁବକ, 42 ବର୍ଷର ବ୍ୟକ୍ତି ଓ 70 ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଛି।
ସେହିପରି କଟକରେ 67 ବର୍ଷର ବ୍ୟକ୍ତି, ଢେଙ୍କାନାଳରେ 72 ବର୍ଷର ବୃଦ୍ଧ, କନ୍ଧମାଳରେ 75 ବର୍ଷର ବ୍ୟକ୍ତି, ମାଲକାନଗିରିରେ 41 ବର୍ଷର ବ୍ୟକ୍ତି, ମୟୂରଭଞ୍ଜରେ 74 ବର୍ଷର ବୃଦ୍ଧ, ନୟାଗଡରେ 72 ବର୍ଷର ବୃଦ୍ଧ, ନୂଆପଡାରେ 37 ବର୍ଷର ବ୍ୟକ୍ତି, ପୁରୀରେ 72 ଓ 70 ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ରାଜ୍ୟରେ ମୋଟ 736 ଜଣ ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ