ETV Bharat / city

ହିମାଳୟ ପର୍ବତ ମାଳା ଅଭିମୁଖେ ଓଡ଼ିଶାର 15ଜଣିଆ ଟିମ - mountain of Himalayas

ହିମାଳୟ ପର୍ବତମାଳା ଅଭିମୁଖେ ଓଡ଼ିଶାର 15 ଜଣିଆ ଟିମ । କୋଭିଡ ଯୋଦ୍ଧା ଓ ଶହୀଦ ବୀରଙ୍କୁ ସମ୍ମାନ ଜଣାଇ କରୁଛନ୍ତି ହିମାଳୟ ଅଭିମୁଖେ ଯାତ୍ରା । ଅଧିକ ପଢନ୍ତୁ...

Odisha's 15-member team climb to the mountain of Himalayas
ହିମାଳୟର ପର୍ବତ ମାଳା ଅଭିମୁଖେ ଓଡ଼ିଶାର 15ଜଣିଆ ଟିମ
author img

By

Published : Aug 3, 2021, 10:15 PM IST

ଭୁବନେଶ୍ବର: ହିମାଳୟ ପର୍ବତମାଳା ଅଭିମୁଖେ ଓଡ଼ିଶାର 15 ଜଣିଆ ଟିମ । କୋଭିଡ ଯୋଦ୍ଧାଙ୍କ ସମ୍ମାନ ଜଣାଇ କରୁଛନ୍ତି ହିମାଳୟ ଅଭିମୁଖେ ଯାତ୍ରା । ଜାତୀୟ ପତାକା ଉତ୍ତୋଳନ କରି କୋରୋନା ମହାମାରୀ ଲଢେଇରେ ପ୍ରମୁଖ ଯୋଦ୍ଧାଙ୍କ ସହ ଦେଶ ସ୍ବାଧୀନତା ସଂଗ୍ରାମୀଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି ।

ହିମାଳୟର ପର୍ବତ ମାଳା ଅଭିମୁଖେ ଓଡ଼ିଶାର 15ଜଣିଆ ଟିମ

ହିମାଳୟର ପର୍ବତ ମାଳାରେ ଥିବା 6 ହଜାର ଶହେ ଏଗାର ମିଟର ଉଚ୍ଚତା ବିଶିଷ୍ଟ ମାଉଣ୍ଟ ୟୁନାମ ଆରୋହଣ ଅଭିମୁଖେ ଓଡ଼ିଶାର 15ଜଣିଆ ଟିମ । ଅଗଷ୍ଟ 15 ତାରିଖରେ ସ୍ୱାଧୀନତା ଦିବସରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି। ଏନେଇ ଆଜି କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଗୋ ଇଣ୍ଡିଆ ଆଡ଼ଭେଞ୍ଚର ଟିମକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଅଭିନେତା ସ୍ୱେଚ୍ଛାସେବୀ ସବ୍ୟସାଚୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଦେଖାଇ ଫ୍ଲାଗ ଅଫ କରିଛନ୍ତି।

15 ଜଣିଆ ଟିମ 4 ତାରିଖରେ ଭୁବନେଶ୍ୱର ଛାଡି ହିମାଚଳ ପ୍ରଦେଶରେ ପହଞ୍ଚିବେ। 8 ତାରିଖରେ ପାହାଡ ଚଡିବା ଆରମ୍ଭ କରିବେ । 15 ତାରିଖରେ ଦେଢ଼ ଶହ ଫୁଟ ଲମ୍ବାର ଜାତୀୟ ପତାକା ଉତ୍ତୋଳନ କରିବେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.