ETV Bharat / city

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, ଡିଜିଟାଲ ଡିଭାଇସରୁ ବଞ୍ଚିତ 15ଲକ୍ଷ ଛାତ୍ରଛାତ୍ରୀ - ଡିଜିଟାଲ ଡିଭାଇସ

ଦୀର୍ଘ ଦୁଇବର୍ଷ ହେବ ସବୁ କିଛି ଓଲଟପାଲଟ କରିଦେଇଛି ମହାମାରୀ । ବ୍ୟବସାୟଠାରୁ ନେଇ ପାଠପଢା ସବୁ କିଛି ପ୍ରଭାବିତ ହୋଇଛି । ପିଲାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି । କୋରୋନା ସମୟରେ ଆରମ୍ଭ ହୋଇଥିବା ଅନଲାଇନ ପାଠପଢା ବି ଅନେକ ସ୍ଥାନରେ ସଫଳ ହୋଇନାହିଁ । ରାଜ୍ୟରେ ପାଖାପାଖି ୧୫ଲକ୍ଷ ଛାତ୍ରଛାତ୍ରୀ ଡିଜିଟାଲ ଡିଭାଇସ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, ଡିଜିଟାଲ ଡିଭାଇସରୁ ବଞ୍ଚିତ 15ଲକ୍ଷ ଛାତ୍ରଛାତ୍ରୀ

author img

By

Published : Oct 8, 2021, 12:49 PM IST

Updated : Oct 8, 2021, 6:08 PM IST

ଭୁବନେଶ୍ବର: ଦୀର୍ଘ ଦୁଇବର୍ଷ ହେବ ସବୁ କିଛି ଓଲଟପାଲଟ କରିଦେଇଛି ମହାମାରୀ । ଟ୍ରାକ ବାହାରକୁ ଚାଲି ଯାଇଛି ସବୁ କିଛି । ବ୍ୟବସାୟଠାରୁ ନେଇ ପାଠପଢା ସବୁ କିଛି ପ୍ରଭାବିତ ହୋଇଛି । ପିଲାଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇ ଯାଇଛି । କୋରୋନା ସମୟରେ ଆରମ୍ଭ ହୋଇଥିବା ଅନଲାଇନ ପାଠପଢା ବି ଅନେକ ସ୍ଥାନରେ ସଫଳ ହୋଇନାହିଁ । ରାଜ୍ୟରେ ପାଖାପାଖି ୧୫ଲକ୍ଷ ଛାତ୍ରଛାତ୍ରୀ ଡିଜିଟାଲ ଡିଭାଇସ ପାଠପଢାରୁ ବଞ୍ଚିତ ହୋଇଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ଖୋଲିନାହିଁ । କେବଳ ଅନଲାଇନ ମଧ୍ୟମରେ କ୍ଳାସ୍ କରାଯାଉଛି । ହ୍ବାଟ୍ସଆପ୍ ସମେତ ଅନ୍ୟ ଡିଭାଇସ ମାଧ୍ୟମରେ ପାଠପଢ଼ା ହେଉଛି । ଏବେବି ଅନେକ ପାଲି ପିଲାଙ୍କ ପାଖରେ ଡିଜିଟାଲ ଡିଭାଇସ ନାହିଁ । ଓଡ଼ିଶାରେ ପ୍ରାୟ 15 ଲକ୍ଷ ଛାତ୍ରଛାତ୍ରୀ ଡିଜିଟାଲ ଡିଭାଇସ ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଆଧାରରେ ଓଡ଼ିଶାରେ 15 ଲକ୍ଷ 8 ହଜାର 937 ସ୍କୁଲ ଛାତ୍ରଛାତ୍ରୀ ଡିଜିଟାଲ୍ ଡିଭାଇସ୍ ସୁବିଧାରୁ ବଞ୍ଚିତ ଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ଦ୍ବାରା 30ଜୁନରେ ଏହି ତଥ୍ୟ ନଜରକୁ ଆସିଥିଲା ।

ଅନେକ ରାଜ୍ୟ ଦ୍ଵାରା 4 କୋଟି 50 ଲକ୍ଷ ଡିଜିଟାଲ ଡିଭାଇସ୍ ବିତରଣ କରାଯାଇଥିବାବେଳେ ଓଡ଼ିଶାରେ ଛାତ୍ରଛାତ୍ରୀମାନଙ୍କୁ ଏହା ଏପର୍ଯ୍ୟନ୍ତ ବିତରଣ କରାଯାଇ ନାହିଁ । ରାଜ୍ୟରେ ଟିଭି, ରେଡ଼ିଓ ମାଧ୍ୟମରେ ଶିକ୍ଷା ଦାନ କରାଯାଉଥିଲା । ଏହା ସହ କୋଭିଡ୍ ମହାମାରୀ ସମୟରେ ଖୋରଦ୍ଧା ଜିଲ୍ଲାରେ ‘ଶିକ୍ଷା ଶିଖର’, ବରଗଡ଼ରେ ‘ଶିକ୍ଷା ସେତୁ', ଯାଜପୁରରେ ‘ଶିକ୍ଷା ସଂକଳ୍ପ’, ଭଦ୍ରକରେ ଶିକ୍ଷା ସଂଜୀବନି, ସୁନ୍ଦରଗଡରେ ମୋ ଶିକ୍ଷା ସାଥି ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇ ଦିଆଯାଉଥିଲା । ରାଜ୍ୟରେ ମୋଟ 67 ହଜାର 20 ସ୍କୁଲ ଥିବା ବେଳେ 3 ଲକ୍ଷ 48 ହଜାର 249 ଶିକ୍ଷକ ରହିଛନ୍ତି । 76 ଲକ୍ଷ 86 ହଜାର 894 ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସେମାନଙ୍କ ମଧ୍ୟରୁ 15 ଲକ୍ଷ 8 ହଜାର 937 ପିଲାଙ୍କ ପାଖରେ କୌଣସି ଡିଜିଟାଲ ଡିଭାଇସ୍ ନାହିଁ । ଯାହା ସେମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଇବ ନିଶ୍ଚୟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 8, 2021, 6:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.