ଭୁବନେଶ୍ବର: ଆଜି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ 142ତମ ଜୟନ୍ତୀ। ଏହି ଅବସରରେ ରାଜଧାନୀରେ ଗୋପବନ୍ଧୁଙ୍କ ଜନ୍ମ ଦିବସ ପାଳନ କରିଛି ରାଜ୍ୟ କଂଗ୍ରେସ । ସାରା ରାଜ୍ୟବାସୀ ଉତ୍କଳ ମଣିଙ୍କ ଜନ୍ମ ଦିବସକୁ ପାଳନ କରୁଥିବାବେଳେ ରାଜ୍ୟ କଂଗ୍ରେସ ବି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଛି।
142 ତମ ଜନ୍ମ ଦିବସରେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ ପ୍ରମୁଖ ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତି ତଳେ ଏକଜୁଟ ହୋଇ ଶପଥ ପାଠ କରିଥିଲେ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭିତରେ ଥିବା ସେବା ଭାବକୁ ନିଜ ଭିତରେ ଜାଗୃତ କରି ଆଗକୁ ବଢିବାର ଶପଥ ନେଇଛି ରାଜ୍ୟ କଂଗ୍ରେସ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ