ETV Bharat / city

ରାଜଧାନୀ ଛାତ ଉପରେ ପରିବା ବଗିଚା, ବିନା ମାଟିରେ 14 ପ୍ରକାର ଚାଷ - ଇସ୍ରାଏଲ ର ପ୍ରଣାଳୀରେ ଚାଷ

ରାଜଧାନୀର ଛାତ ଉପରେ ଟମାଟୋ, ପାଳଙ୍ଗ, ଧନିଆ, ଲଙ୍କା ଓ ବାଇଗଣ ଭଳି ୧୪ ପ୍ରକାର ଚାଷ । ତାହା ପୁଣି ବିନା ମାଟିରେ । ଇସ୍ରାଏଲ ପ୍ରଣାଳିରେ ଚାଷ କରିଛନ୍ତି କୃଷି ଗବେଷକ ସୁବ୍ରତ ମହାନ୍ତି । ଅଧିକ ପଢନ୍ତୁ...

ରାଜଧାନୀର ଛାତ ଉପରେ ବିନା ମାଟିରେ 14 ପ୍ରକାରର ପରିବା ଚାଷ

author img

By

Published : May 8, 2021, 8:21 PM IST

ଭୁବନେଶ୍ବର: ବିନା ମାଟିରେ ଟମାଟୋ, ପାଳଙ୍ଗ, ଧନିଆ, ଲଙ୍କା ଓ ବାଇଗଣ ଭଳି ୧୪ ପ୍ରକାର ଚାଷ । ତାହା ପୁଣି ରାଜଧାନୀର ଛାତ ଉପରେ । ଇସ୍ରାଏଲ ପ୍ରଣାଳିରେ ଚାଷ କରିଛନ୍ତି କୃଷି ଗବେଷକ ସୁବ୍ରତ ମହାନ୍ତି । କୃଷି ଗବେଷଣାରୁ ଶିଖିଥିବା ଜ୍ଞାନ ସହ ୟ୍ୟୁଟୁବରୁ ଇସ୍ରାଏଲ ପ୍ରଣାଳୀ ଶିଖି ଏହି ପଦ୍ଧତିରେ ଚାଷ କରିଛନ୍ତି ସୁବ୍ରତ । ଯେଉଁଥି ପାଇଁ ଏବେ ଚର୍ଚ୍ଚାକୁ ଆସିଛନ୍ତି ସୁବ୍ରତ ମହାନ୍ତି । ଏକ ପାଇପର ସେଟଅପ ପ୍ରସ୍ତୁତ କରାଯାଇ ସେଥିରେ ଗର୍ତ୍ତ କରାଯାଇ ଚାଷ କରାଯାଇଛି ।

ରାଜଧାନୀର ଛାତ ଉପରେ ବିନା ମାଟିରେ 14 ପ୍ରକାରର ପରିବା ଚାଷ

ଏଥିରେ କୋକୋପିଟ ସହ ବିଭିନ୍ନ ଚାରା ଲଗାଇ ବିନା ମାଟିରେ ଚାଷ ହୋଇଛି । ଏହି ଚାଷ ପ୍ରଣାଳୀକୁ ହାଇଡ୍ରୋପନିକ ଅର୍ଥାତ ଜଳରେ ଚାଷ କୁହାଯାଏ । ଏଥିରେ ଟମାଟୋ, ପାଳଙ୍ଗ, ଧନିଆ, ଲଙ୍କା, ବାଇଗଣ ଆଦି ବିଭିନ୍ନ ପ୍ରକାରର ପରିବା ଚାଷ କରିଥିବା କହିଛନ୍ତି ସୁବ୍ରତ । ସବୁଠାରୁ ବଡ଼କଥା ହେଲା ଏହି ପଦ୍ଧତିରେ ୪ ବର୍ଷ ଅସଫଳ ହେଲାପରେ ଦୁଇବର୍ଷ ହେବ ସଫଳ ହୋଇ ବେଶ ଖୁସିଥିବା କହିଛନ୍ତି ସୁବ୍ରତ ।

ତେବେ ଖାଲି ସୁବ୍ରତ ନୁହନ୍ତି ରାଜଧାନୀର 10 ରୁ 12ଟି ପରିବାର ଏବଂ ମହିଳା ମାନେ ମଧ୍ୟ ଏହି ପଦ୍ଧତିରେ କମ ଖର୍ଚ୍ଚରେ ଚାଷ କରି ଛାତର ଶୋଭା ବଢାଇଛନ୍ତି । ରାଜଧାନୀର ବିଦ୍ୟୁତଲତା ନାୟକ ବି ନୂଆ ଟେକନୋଲୋଜିକୁ ଆପଣାଇ ପାଳଙ୍ଗ, ଧନିଆ, ସୋରିଷ, ଶାଗ ସହ କୋବି, ବାଇଗଣ ଆଦି ପନିପରିବା ଚାଷ କରି ବେଶ ଖୁସି ଅଛନ୍ତି ।

ତେବେ ଏହି ଚାଷ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଓଡିଶାରେ ଉପଲବ୍ଧ ହେଉନଥିବା ବେଳେ ସୁବ୍ରତଙ୍କ ଏସ କେ ଏମ ହାଇଡ୍ରୋପୋନିକ ପ୍ରୋପାଇଟର କମ୍ପାନୀ ସବୁ ପ୍ରକାର ସାହାଯ୍ୟ ଯୋଗାଉଛି । ଚାଷୀମାନଙ୍କୁ ରାଜ୍ୟ ବାହାରୁ ପ୍ରୋପାଇଟର ଠାରୁ ଅଣୁଜୀବସାର ଓ କୋକୋପେଟ ପର୍ଯ୍ୟନ୍ତ ଅବଶ୍ୟକାୟ ସାମଗ୍ରୀ ଯୋଗାଇ ଦିଆଯାଇଛି । କମ ଖର୍ଚ୍ଚ ଓ ବିନାମଟିର ଏହି ଚାଷକୁ କେବଳ ସହର ନୁହେ ଗାଁ ରେ ବି ପହଞ୍ଚାଇବାର ପ୍ରୟାସରେ ରହିଛନ୍ତି ସୁବ୍ରତ । ଖୁବ ଶୀଘ୍ର ଏହି ଅଭିଯାନ ଆରମ୍ଭ କରି ଭୂମିହୀନ ଚାଷୀଙ୍କୁ ସଫଳ ଚାଷର ପ୍ରଣାଳୀ ସିଶାଇବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.