ETV Bharat / city

ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା

ରାଜ୍ୟରେ ଜୁନ ମାସରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ୧୪ ପ୍ରତିଶତ କମ ବର୍ଷା ହୋଇଛି । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା
ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା
author img

By

Published : Aug 12, 2020, 7:12 PM IST

ଭୁବନେଶ୍ବର: ରାଜ୍ୟରେ ଜୁନ ମାସରୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ୧୪ ପ୍ରତିଶତ କମ ବର୍ଷା ହୋଇଛି । ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା
ରାଜ୍ୟରେ ଜୁନରୁ ଅଗଷ୍ଟ ମଧ୍ୟରେ ୧୪ ପ୍ରତିଶତ କମ ବର୍ଷା

ଚଳିତ ବର୍ଷର ଜୁନ ୧ ତାରିଖରୁ ଅଗଷ୍ଟ ୧୨ ମଧ୍ୟରେ ଓଡ଼ିଶାରେ ୬୦୯.୨ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୭୧୧.୧ ମିମି ଠାରୁ ୧୪% ପ୍ରତିଶତ କମ । ଏହି ଅବଧି ମଧ୍ୟରେ ଓଡ଼ିଶାର ୧୩ଟି ଜିଲ୍ଲାରେ କମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଯାଜପୁରରେ ୪୦% କମ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ୩୫% କମ, ବାଲେଶ୍ୱରରେ ୩୩% କମ୍‌, କେନ୍ଦ୍ରାପଡାରେ ୨୯% କମ , ସୋନପୁରରେ ୨୮% କମ୍‌, କଟକରେ ୨୯% କମ୍‌, ପୁରୀରେ ୨୯%, ଜଗତସିଂହପୁର ୨୭%, ମୟୂରଭଞ୍ଜରେ ୨୫% , ନବରଙ୍ଗପୁରରେ ୨୩% , ନୟାଗଡରେ ୨୨%, ବଲାଙ୍ଗୀରରେ ୨୨% ଓ କଳାହାଣ୍ଡିରେ ୨୧% କମ ବର୍ଷା ରେକର୍ଡ କରାଯାଇଛି।

ଜୁନ ରୁ ଅଗଷ୍ଟ ମଧ୍ୟରେ ଓଡ଼ିଶାର ଅବଶିଷ୍ଟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି। ଏହି ଅବଧି ମଧ୍ୟରେ ଯାଜପୁର ଜିଲ୍ଲାରେ ସର୍ବନିମ୍ନ ୪୦% ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ଓ ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୭% ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.