ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ ସଂକ୍ରମଣ କମୁଛି ସତ, କିନ୍ତୁ କୋରୋନାଜନିତ ମୃତ୍ୟୁରେ ଲାଗୁନି ଲଗାମ । ଆଜି ପୁଣି ଏହି ମହାମାରୀ 14ଜଣଙ୍କ ଜୀବନ ନେଇଛି । ଫଳରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1718ରେ ପହଞ୍ଚିଛି ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ଅନୁଗୁଳ ରେ 87 ବର୍ଷର ଓ 71 ବର୍ଷର ପୁରୁଷଙ୍କ ସହ 30 ବର୍ଷ ଓ 80 ବର୍ଷର ମହିଳାଙ୍କର ମୃତ୍ୟୁ ଘଟିଛି । ବାଲେଶ୍ବରରେ 73 ବର୍ଷର ଓ 54 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରରେ 58 ବର୍ଷର ମହିଳା, 63 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସେହିପରି ନୟାଗଡରେ 44 ବର୍ଷର ପୁରୁଷ, ପୁରୀରେ 56 ବର୍ଷର ମହିଳା, ସୁନ୍ଦରଗଡରେ 48 ବର୍ଷ, 45 ବର୍ଷ, 45 ବର୍ଷ ଓ 61 ବର୍ଷର ପୁରୁଷଙ୍କର ମୃତ୍ୟ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ