ଭୁବନେଶ୍ବର: ବିବାଦରେ ମାଟ୍ରିକ ପରୀକ୍ଷା ଫଳ । ପ୍ରକାଶିତ ମାଟ୍ରିକ ଫଳରୁ ବଞ୍ଚିତ ହୋଇଛନ୍ତି 9ଟି ସ୍ୱତନ୍ତ୍ର ସ୍କୁଲର 139 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ । ଏନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଛି । ଜୁଲାଇ 22 ତାରିଖ ମଧ୍ୟରେ ଭିନ୍ନକ୍ଷମ ବିଭାଗ ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ରିପୋର୍ଟ ତଲବ କରାଯାଇଛି ।

ରାଜ୍ୟରେ 9ଟି ସ୍ପେଶାଲ ସ୍କୁଲର 139 ଦୃଷ୍ଟିହୀନ ତଥା ଶ୍ରବଣ ଦୁର୍ବଳ ଶିକ୍ଷାର୍ଥୀ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି । ଯେହେତୁ ଏହି ପ୍ରସଙ୍ଗଟି ଏକ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହିତ ଜଡିତ ତେଣୁ ଆୟୋଗ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ।

ଆବେଦନକୁ ବିଚାରକୁ ନେଇ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ବିଭାଗର ସଚିବ, ଭିନ୍ନକ୍ଷମ ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡକୁ ରିପୋର୍ଟ ତଲବ କରାଯାଇଛି । ଯେହେତୁ ଏହା ଛାତ୍ରମାନଙ୍କ ଭବିଷ୍ୟତ ସହିତ ଜଡିତ ସେ ଦୃଷ୍ଟିରୁ ଜୁଲାଇ 22 ସୁଦ୍ଧା ରିପୋର୍ଟଗୁଡିକ କମିଶନରଙ୍କ ନିକଟରେ ଦଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ