ETV Bharat / city

ଆଜି ରାଜ୍ୟରେ 138 କୋରୋନା ଆକ୍ରାନ୍ତ ସୁସ୍ଥ

ମଙ୍ଗଳବାର ରାଜ୍ୟରେ 138 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 2, 2021, 6:22 PM IST

138 more corona patients recovered in Odisha
ଆଜି ରାଜ୍ୟରେ 138 କୋରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର 138 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ 22 ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 32 ହଜାର 377ରେ ପହଞ୍ଚିଛି ।

ସୁସ୍ଥ ହୋଇଥିବା 138 ଜଣଙ୍କ ମଧ୍ୟରୁ ବଲାଙ୍ଗୀର, ଗଞ୍ଜାମ, କେନ୍ଦ୍ରାପଡା, କୋରାପୁଟ ଓ ଷ୍ଟେଟ ପୋଲରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ସୋନପୁରରୁ 2 ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର, ନବରଙ୍ଗପୁର, ରାୟଗଡ଼ାରୁ 3 ଜଣ ଲେଖାଏଁ , ଝାରସୁଗୁଡ଼ାରୁ 5ଜଣ, କଳହାଣ୍ଡିରୁ 6 ଜଣ, ନୂଆପଡ଼ାରୁ 8 ଜଣ, ସମ୍ବଲପୁରରୁ 10ଜଣ, କଟକରୁ 15 ଜଣ, ବରଗଡ଼ରୁ 18 ଜଣ, ସୁନ୍ଦରଗଡ଼ରୁ 22 ଜଣ ସୁସ୍ଥ ହୋଇଛନ୍ତି ।

ଅନୁଗୋଳ, ଭଦ୍ରକ, ବାଲେଶ୍ବର ଜିଲ୍ଲାରୁ 7 ଜଣ ଲେଖାଏଁ ଆକ୍ରାନ୍ତ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି । 138 ଜଣ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା 3 ଲକ୍ଷ 32 ହଜାର 377ରେ ପହଞ୍ଚିଛି । ରାଜ୍ୟରେ ସକ୍ରିୟ ମାମଲା ଏକ ହଜାର ତଳକୁ ଖସିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.