ETV Bharat / city

ପ୍ରଥମ ଦିନରେ ନନ୍ଦନକାନନ ବୁଲିଲେ 1375 ପର୍ଯ୍ୟଟକ - ନନ୍ଦନକାନନ ଖୋଲା

ଆଜି ଖୋଲିଲା ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ । ପ୍ରଥମେ ଦିନରେ ନନ୍ଦନକାନନ ବୁଲିଲେ 1375 ପର୍ଯ୍ୟଟକ । ଅଧିକ ପଢନ୍ତୁ...

ନନ୍ଦନକାନନରେ ପ୍ରଥମ ଦିନରେ ବୁଲିଲେ 1375 ପର୍ଯ୍ୟଟକ

author img

By

Published : Aug 3, 2021, 8:12 PM IST

ଭୁବନେଶ୍ବର: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି (ମଙ୍ଗଳବାର) ଖୋଲିଲା ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନ । କୋରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ନନ୍ଦନକାନନ ପରିଦର୍ଶନ କରିଛନ୍ତି । ତେବେ ଖୋଲିବାର ପ୍ରଥମ ଦିନରେ ମୋଟ 1,375 ଜଣ ପର୍ଯ୍ୟଟନ ନନ୍ଦନକାନନ ବୁଲିଛନ୍ତି ।

ନନ୍ଦନକାନନ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମସ୍ତ ପର୍ଯ୍ୟଟକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯିବ ସହ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଅଫଲାଇନରେ 1,339 ଜଣ ଟିକେଟ କରିଥିବାବେଳେ 36 ଜଣ ଅନଲାଇନରେ ଟିକେଟ କରିଥିବା ଜଣାପଡିଛି । ସେପଟେ ବଟାନିକାଲ ଗାର୍ଡେନରେ ମଧ୍ୟ ଆଜି 188 ଜଣ ପର୍ଯ୍ୟଟକ ବୁଲିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.