ETV Bharat / city

ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଆସିଲେ 130 ପ୍ରବାସୀ ଓଡ଼ିଆ

author img

By

Published : Jun 3, 2020, 7:57 PM IST

ବୁଧବାର ଅପରାହ୍ନରେ ପ୍ରବାସୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା 'ମୋ ପରିବାରର ସଦସ୍ୟ' ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାଗତ କରିଛନ୍ତି।

bbsr
ମଣିପୁରରୁ ଫେରିଲେ ପାଖାପାଖି 130 ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଏକ ସ୍ୱତନ୍ତ୍ର ବିମାନ ଯୋଗେଁ ଉତ୍ତରପୂର୍ବ ରାଜ୍ୟ ମଣିପୁରରୁ ଫେରିଲେ ପାଖାପାଖି 130 ପ୍ରବାସୀ ଓଡ଼ିଆ । ସେମାନଙ୍କ ମଧ୍ୟରେ କିଛି ଛାତ୍ରଛାତ୍ରୀ ଓ ଶ୍ରମିକ ଥିବା ଜଣାପଡିଛି । ବୁଧବାର ଅପରାହ୍ନରେ ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା 'ମୋ ପରିବାରର ସଦସ୍ୟ' ତଥା ଭୁବନେଶ୍ୱର ଉତ୍ତରର ବିଧାୟକ ସୁଶାନ୍ତ ରାଉତ, ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାଗତ କରିଛନ୍ତି।

ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇବା ସହ ଆସିଥିବା ପ୍ରବାସୀଙ୍କୁ ବସ ଯୋଗେଁ ସେମାନଙ୍କ ଅଞ୍ଚଳକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନେ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ କ୍ବାରେନଣ୍ଟାଇନରେ ରହିବାର ବ୍ୟବସ୍ଥା ହୋଇଛି।

ସୂଚନାଯୋଗ୍ୟ କି, ଆସିଥିବା ସମସ୍ତ ପ୍ରବାସୀ କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ଅଟନ୍ତି। ଏହାପରେ ମଧ୍ୟ ଆସାମରେ ଆହୁରି ଅନେକ ପ୍ରବାସୀ ଓଡିଆ ଫସି ରହିଥିବା ଲୋକଙ୍କୁ ଅଣାଯିବାର ବ୍ୟବସ୍ଥା ହେଉଥିବା ଜଣାଯାଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.