ଭୁବନେଶ୍ବର: ଦେଶର ଡାକ୍ତରୀ ଚିକିତ୍ସାର ବଡ ସଫଳତା । 13 ବର୍ଷର ଶିଶୁର ସଫଳ ହୃଦୟ ପ୍ରତିରୋପଣ । ଭାରତରେ ଏହା ଏକ ବିରଳ ଅସ୍ତ୍ରୋପଚାର । ରାଜ୍ୟ ସ୍ବାସ୍ଥ୍ୟ ବିଭଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
![ପୂର୍ବ ଭାରତର ସଫଳ ହୃଦ୍ ରୋପଣ, ନୂଆ ଜୀବନ ପାଇଲା 13 ବର୍ଷର ବାଦଲ](https://etvbharatimages.akamaized.net/etvbharat/prod-images/11029727_587_11029727_1615889421610.png)
ପୂର୍ବ ଭାରତର ପ୍ରଥମ ଶିଶୁ ବାଦଲ, ଯାହାଙ୍କର ହୃଦୟ ପ୍ରତ୍ୟାରୋପଣ ସଫଳ ହୋଇଛି । ଏ ହେଲେ କେନ୍ଦୁଝରର ବାଦଲ ପରିଡା । ତାଙ୍କର ଅପରେସନ କୋଲକତା ହାୱଡ଼ା ନାରାୟଣ ସୁପର ସ୍ପେଶାଲିଟି ହସ୍ପିଟାଲରେ ସଫଳ ହେବା ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।
ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅପରେସନ ଲାଗି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଥିଲେ । ମାଗଣାରେ ବାଦଲଙ୍କ ଅସ୍ତ୍ରୋପଚାର କରିଛନ୍ତି, ଏ ନେଇ ହୋଇଥିବା ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ସୂଚନା ଅନୁଯାୟୀ, କେନ୍ଦୁଝରର ବାଦଲ ପରିଡା ଦୀର୍ଘ ଦିନ ଧରି ହୃଦରୋଗରେ ପୀଡିତ ଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ