ETV Bharat / city

ନବୀନଙ୍କ ନୂଆ ଟିମ୍, ଶପଥ ନେଲେ 21 ମନ୍ତ୍ରୀ - ଶପଥ ନେଲା ନବୀନଙ୍କ ନୂଆ ଟିମ

ଶପଥ ନେଲା ନବୀନଙ୍କ ନୂଆ ବ୍ରିଗେଡ଼ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୨୧ ମନ୍ତ୍ରୀ । ୧୩ଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୮ ଜଣ ହୋଇଛନ୍ତି ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ

Odisha Cabinet Reshuffle: ଶପଥ ନେଲେ ନୂଆ ମନ୍ତ୍ରୀ, ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା

author img

By

Published : Jun 5, 2022, 1:31 PM IST

Updated : Jun 5, 2022, 2:07 PM IST

ଭୁବନେଶ୍ବର: ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ 21 ମନ୍ତ୍ରୀ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନୂଆମନ୍ତ୍ରୀଙ୍କୁ ଲୋକସେବା ଭବନର କନଭେନସନ ହଲ୍‌ରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

ନବୀନଙ୍କ ନୂଆ ଟିମ୍, ଶପଥ ନେଲେ 21 ମନ୍ତ୍ରୀ

ମନ୍ତ୍ରୀ ତାଲିକାରେ ନୂଆ ଚେହେରା ଭାବେ ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବିଜେପୁର ବିଧାୟକ ରୀତା ସାହୁ ଓ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଶପଥ ପାଠ କରିଥିବା ବେଳେ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ପ୍ରମିଳା ମଲ୍ଲିକ, ଊଷା ଦେବୀ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ଦେବ ଓ ପ୍ରଦୀପ ଅମାତ । ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ନବକିଶୋର ଦାସ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ, ପ୍ରଫୁଲ୍ଲ ମଲ୍ଲିକ ଓ ଜଗନ୍ନାଥ ସାରକାଙ୍କ ଉପରେ ନବୀନ ପୁନଃ ଆସ୍ଥା ପ୍ରକଟ କରିଛନ୍ତି । ଏମାନେ ପୁଣି ଶପଥ ନେଇଛନ୍ତି ।

କ୍ୟାବିନେଟ ମନ୍ତ୍ରୀ:-

- ଜଗନ୍ନାଥ ସାରକା କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ଶପଥ ପାଠ କରିଥିବା ବେଳେ ମନ୍ତ୍ରୀ ମଣ୍ଡଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

- ଦ୍ବିତୀୟରେ ଶପଥ ନେଇଛନ୍ତି ନିରଞ୍ଜନ ପୂଜାରୀ । ଅର୍ଥ ଅବକାରୀ ବିଭାଗର ମନ୍ତ୍ରୀ ଥିଲେ । ପଶ୍ଚିମ ଓଡିଶାର ଟାଣୁଆ ନେତା ୨୦୦୦ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ବାଚସ୍ପତି ରହିଥିବା ବେଳେ ବିନିକାରୁ ଦୁଇଥର ବିଧାୟକ ଓ ସୁବର୍ଣ୍ଣପୁରରୁ ୩ ଥର ବିଧାୟକ ରହିଛନ୍ତି ।

- ତୃତୀୟରେ ଶପଥ ନେଲେ ଆଠଗଡ଼ରୁ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ମନ୍ତ୍ରୀ ଖାଦ୍ୟ ଓ ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ।

- ଯାଜପୁର ବିଞ୍ଝାପୁର ଆସନରୁ ୬ ଥର ନିର୍ବାଚିତ ହୋଇଥିବା ବିଧାୟିକା ପ୍ରମିଳା ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୩ ଥର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ । ସରକାରୀ ଦଳର ମଧ୍ୟ ମୁଖ୍ୟ ସଚେତକ ଥିଲେ ।

- ଚିକିଟି ବିଧାୟିକା ଊଷା ଦେବୀ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । ଯୋଜନା ଓ ସଂଯୋଜନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୨୦୦୦ ମସିହାରୁ ସେ ଲଗାତାର ଭାବେ ନିର୍ବାଚନରେ ବିଜୟିନୀ ହୋଇଆସୁଛନ୍ତି । ସେ ଚିକିଟିରୁ ୬ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

- ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୧୯ରୁ ପୂର୍ତ୍ତ ବିଭାଗ ଓ ଇସ୍ପାତ ଖଣି ମନ୍ତ୍ରୀ ଥିଲେ ।

- ଆଳି ବିଧାୟକ ପ୍ରତାପ କେଶରୀ ଦେବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୦ ମସିହାରୁ ଲଗାତାର ୪ ଥର ନିର୍ବାଚିତ ହୋଇଛନ୍ତି । ନିଯୁକ୍ତି, ବୈଷୟିକ ଶିକ୍ଷା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

- ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୂର୍ବରୁ ଶକ୍ତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସହ ଲୋକ ସମ୍ପର୍କ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେନ୍ଦ୍ରାପଡ଼ାରୁ ସେ ୪ ଥର ନିର୍ବାଚିତ ହୋଇଛନ୍ତି ।

- ବୌଦ୍ଧ ବିଧାୟକ ପ୍ରଦୀପ ଅମାତ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୦୪ରୁ ବିଜେଡ଼ି ଟିକେଟ ପାଇଁ ନିର୍ବାଚିତ ହୋଇଆସୁଛନ୍ତି । ପୂର୍ବରୁ ସ୍ବାଧୀନ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ । ବୌଦ୍ଧରୁ ଲଗାତର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ ।

- ପୂର୍ବତନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । କଂଗ୍ରେସରୁ ୨ ଥର ଓ ବିଜେଡ଼ିରୁ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଝାରସୁଗୁଡାରୁ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ।

- ଅଶୋକ ଚନ୍ଦ୍ର ପଣ୍ଡା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରୁ ୨୦୧୯ ଯାଏଁ ପର୍ଯ୍ୟଟନ ମନ୍ତ୍ରୀ ଥିଲେ । ୨୦୦୯ରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଥିଲେ ।

- ରାଜେନ୍ଦ୍ର ଢୋଲକିଆ କ୍ୟାବିନେଟ ମନ୍ତ୍ରୀ । ନୂଆପଡା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ରାଷ୍ଟ୍ରମନ୍ତ୍ରୀ:-

- ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପୁରୀ ଜିଲ୍ଲା ନିମାପଡ଼ାରୁ ୩ ଥର ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରହିଥିଲେ ।

- ଅଶ୍ବିନୀ କୁମାର ପାତ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମ ଥର ପାଇଁ ହେଲେ ମନ୍ତ୍ରୀ । ବାଲେଶ୍ବର ଜିଲ୍ଲା ଜଳେଶ୍ବରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

- ପ୍ରୀତିରଞ୍ଜନ ଘଡ଼ାଇ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି । ଯାଜପୁର କୋରେଇରୁ ଥରେ ଓ ସୁକିନ୍ଦାରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

- ଗଞ୍ଜାମ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ସେ ପୋଲସରାରରୁ ୨ ଥର ନିର୍ବାଚିତ ହୋଇଛନ୍ତି ।

- କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେ ଏଠାରୁ ପ୍ରଥମ ଥର ଲାଗି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

- ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ହେଲେ ରାଷ୍ଟ୍ରମନ୍ତ୍ରୀ । ସରକାରୀ ଦଳର ଉପ ମୁଖ୍ୟ ସଚେତକ ଥିଲେ । ସେ ପ୍ରଥମ ଥର ଲାଗି ମନ୍ତ୍ରୀ ପଦ ପାଇଛନ୍ତି । ରେଢାଖୋଲରୁ ସେ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

- ବରଗଡ଼ ବିଜେପୁର ବିଧାୟିକା ରୀତା ସାହୁ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି । ସେ ସ୍ବାମୀ ସୁବଳ ସାହୁଙ୍କ ମୃତ୍ୟୁ ପରେ ସେ ନିର୍ବାଚନ ଲଢିଥିଲେ ।

- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୯ରେ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲେ । ସେ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି ।

Last Updated : Jun 5, 2022, 2:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.