ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ହେଲେ ଉପରମୁହାଁ ରହିଛି ମୃତ୍ୟୁସଂଖ୍ୟା । ପ୍ରତିଦିନ 40 ପାର କରୁଛି ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ କେବଳ ଜୁନରେ 12ଶହ ପାର ହୋଇଛି କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ। ଯାହା ଚିନ୍ତାର ବିଷୟ ହୋଇଛି । ନଜର ପକାନ୍ତୁ ଗଲା ମାସକର କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଉପରେ...
ଜୁନ 1ରୁ 30 ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା...
ଜୁନ 1- 37ମୃତ୍ୟୁ
ଜୁନ 2 -40ମୃତ୍ୟୁ
ଜୁନ 3 -42ମୃତ୍ୟୁ
ଜୁନ 4 -39ମୃତ୍ୟୁ
ଜୁନ 5 -40ମୃତ୍ୟୁ
ଜୁନ 6 -42ମୃତ୍ୟୁ
ଜୁନ 7 -41ମୃତ୍ୟୁ
ଜୁନ 8 -40ମୃତ୍ୟୁ
ଜୁନ 9 -43ମୃତ୍ୟୁ
ଜୁନ 10-44ମୃତ୍ୟୁ
ଜୁନ 11-43ମୃତ୍ୟୁ
ଜୁନ 12-47ମୃତ୍ୟୁ
ଜୁନ 13 -45 ମୃତ୍ୟୁ
ଜୁନ 14 -44 ମୃତ୍ୟୁ
ଜୁନ 15 -42 ମୃତ୍ୟୁ
ଜୁନ 16 -44 ମୃତ୍ୟୁ
ଜୁନ 17 -39 ମୃତ୍ୟୁ
ଜୁନ 18 -37 ମୃତ୍ୟୁ
ଜୁନ 19- 42 ମୃତ୍ୟୁ
ଜୁନ 20 -40 ମୃତ୍ୟୁ
ଜୁନ 21 -43 ମୃତ୍ୟୁ
ଜୁନ 22 -38 ମୃତ୍ୟୁ
ଜୁନ 23 -46 ମୃତ୍ୟୁ
ଜୁନ 24 -44 ମୃତ୍ୟୁ
ଜୁନ 25 -40 ମୃତ୍ୟୁ
ଜୁନ 26 -47 ମୃତ୍ୟୁ
ଜୁନ 27-39 ମୃତ୍ୟୁ
ଜୁନ 28-43 ମୃତ୍ୟୁ
ଜୁନ 29 -40 ମୃତ୍ୟୁ
ଜୁନ 30 -48 ମୃତ୍ୟୁ
ଉପରୋକ୍ତ ତଥ୍ୟ ଅନୁସାରେ ରାଜ୍ୟରେ କେବଳ ଜୁନ ମାସରେ 1259 ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 4109କୁ ବୃଦ୍ଧି ହୋଇଛି ମୃତ୍ୟୁସଂଖ୍ୟା । ସରକାରୀ ତଥ୍ୟ ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାଧିକ 656 ଜଣ, ସୁନ୍ଦରଗଡରୁ 356, ପୁରୀରେ 234, ରାୟଗଡାରେ 144, ମୟୁରଭଞ୍ଜରେ 129, କଳାହାଣ୍ଡିରେ 171, ଗଞ୍ଜାମରେ 341, କଟକରେ 287, ବାଲେଶ୍ବରରେ 132, ବରଗଡରେ 141, ଝାରସୁଗୁଡାରେ 123, ସମ୍ବଲପୁରରେ 121 ଓ ଅନୁଗୁଳରେ 177 ଜଣ କୋରୋନାରେ ଆଖି ବୁଜିଲେଣି । ସଂକ୍ରମଣ କମିଲେ ବି ବିପଦ ଟଳିନାହିଁ । ସର୍ତକତା ଅବଲମ୍ବନ ନ କଲେ ଜୁଲାଇ ମାସରେ କୋପ ଦେଖାଇ ପାରେ କୋରୋନା ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ