ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଅନ୍ୟପକ୍ଷେ ଆଶ୍ଵସ୍ତିକର କଥା ଯେ ସଂକ୍ରମିତଙ୍କ ସହ ତାଳ ଦେଇ ରାଜ୍ୟରେ ସୁସ୍ଥହାର ମଧ୍ୟ ବଢି ଚାଲିଛି । ଏହି କ୍ରମରେ ବୁଧବାର ରାଜ୍ୟରେ ରେକର୍ଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ୨୪ ଘଣ୍ଟାରେ ରାଜ୍ୟରେ 1255 ଆରୋଗ୍ୟ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ 25 ହଜାର ଟପିଛି ସୁସ୍ଥ ସଂଖ୍ୟା ।
ପ୍ରତି ଥର ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ 485 କୋରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହାର ସୂଚନା ଦିଆଯାଇଛି । ସେହପରି ଖୋର୍ଦ୍ଧାରେ 125 ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରେ 122, ସମ୍ବଲପୁରରେ 107, ପୁରୀରେ 75, ମୟୂରଭଞ୍ଜରେ 43, କଟକରେ 40, ଜଗତସିଂହପୁରରେ 29, କନ୍ଧମାଳରେ 28, ବାଲେଶ୍ୱରରେ 27 ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ଭାବରେ ବଲାଙ୍ଗୀରରେ 24, କୋରାପୁଟରେ 22, ଅନୁଗୋଳରେ 20, ନବରଙ୍ଗପୁରରେ 18, ଗଜପତିରେ 16, ନୟାଗଡରେ 14, କେନ୍ଦ୍ରାପଡାରେ 12, ମାଲକାନଗିରିରେ 11, ଭଦ୍ରକରେ 10, କଳାହାଣ୍ଡିରେ 8, ନୂଆପଡାରେ 6, ଯାଜପୁରରେ 5, ଢେଙ୍କାନଲରେ 4, ଝାରସୁଗୁଡାରେ 3 ଓ କେନ୍ଦୁଝରରେ ଜଣେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 25737 ରେ ପହଞ୍ଚିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ