ETV Bharat / city

ରାଜ୍ୟରେ କାର୍ଯ୍ୟ ଅବଧି ବୃଦ୍ଧି, ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ - 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ

ରାଜ୍ୟରେ କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଛି । ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ। ଅଧିକ ପଢନ୍ତୁ...

12 hour working day in Odisha
ରାଜ୍ୟରେ କାର୍ଯ୍ୟ ଅବଧି ବୃଦ୍ଧି, ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ
author img

By

Published : May 8, 2020, 6:20 PM IST

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟ ଅବଧି ବୃଦ୍ଧି କରାଯାଇଛି । ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାର୍ଯ୍ୟ କରିବେ କର୍ମଚାରୀ। କୋରୋନା ପ୍ରଭାବରେ ରାଜ୍ୟରେ ଅନେକ ଶିଳ୍ପ ସଂସ୍ଥା ଓ ଘରୋଇ କମ୍ପାନୀ କ୍ଷତିରେ ପଡିଛି। କିପରି ଭାବରେ ଅର୍ଥନୀତି ବୃଦ୍ଧି ଘଟିବ ସେନେଇ ସରକାର ନିଷ୍ପତି ନେଇଛନ୍ତି।

ଦିନକୁ 4 ଘଣ୍ଟା ଅଧିକ କାମ କରିବେ କର୍ମଚାରୀ। ଦିନକୁ 8 ଘଣ୍ଟା ବଦଳରେ 12 ଘଣ୍ଟା କାମ କରିବେ। 4 ଘଣ୍ଟା କାମର ଅର୍ଥ ମଧ୍ୟ ପାଇବେ। ରାଜ୍ୟରେ ଦିନକୁ 8 ଘଣ୍ଟା ପରିଶ୍ରମ ତଥା ସପ୍ତାହକୁ 48 ଘଣ୍ଟା ପରିଶ୍ରମ କରିବାର ନିୟମ ଥିଲା। କିନ୍ତୁ କୋରୋନା ପ୍ରଭାବରେ 12 ଘଣ୍ଟା କାମ କରିବାକୁ କୁହାଯାଇଛି। ସପ୍ତାହକୁ 72 ଘଣ୍ଟା କରାଯାଇଛି। ଏହି 4 ଘଣ୍ଟା କାମ କରୁଥିବା କର୍ମଚାରୀଙ୍କୁ ଓଭର ଟାଇମ ପେମେଣ୍ଟ କରାଯିବ। ସପ୍ତାହରେ ମୋଟ 24 ଘଣ୍ଟାର ଓଭର ଟାଇମ ଦିଆଯିବ।

6 ଘଣ୍ଟାର 2 ସିପ୍ଟ ମଧ୍ୟରେ ଅଧ ଘଣ୍ଟାର ବିରତି ମିଳିବ । ସେହିପରି ମହିଳାମାନେ ରାତି 7 ରୁ ସକାଳ 6ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି । ସେପଟେ କେଉଁ ସ୍ଥାନରେ ଅଫିସ୍‌ ଖୋଲାଯିବ ଓ କେଉଁ ସ୍ଥାନରେ ଅଫିସ୍‌ ଖୋଲାଯିବ ନାହିଁ ସେନେଇ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହାକୁ ନେଇ 4 ଟି ବିଭାଗରେ ବିଭକ୍ତ କରାଯାଇଛି।

1. କଣ୍ଟେନମେଣ୍ଟ ଜୋନ

ଏଥିରେ କୌଣସି ଅଫିସ ଖୋଲିପାରିବ ନାହିଁ। ସବୁ ନିୟମକୁ କଡାକଡି କରାଯାଇଛି। ଗାଡି ନେଇପାରିବେ ନାହିଁ।

2. ରେଡ ଜୋନ

ଏହି ଜୋନରେ ଅଫିସ ଖୋଲାଯାଇପାରିବ। 33 ଭାଗ କର୍ମଚାରୀ ଅଫିସ ଯାଇପାରିବେ। 33 ଭାଗ କର୍ମଚାରୀଙ୍କ ପାଇଁ ସରକାରୀ ଅର୍ଡର ଯେଭଳି ବାହାର କରିଛନ୍ତି ସେହିଭଳି ଭାବରେ ସମସ୍ତ ଘରୋଇ ଅର୍ଡର ବାହାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସରକାର। ଆଇଡି କାର୍ଡ ସହ ଅଫିସ ଅର୍ଡର ଯଦି ଅଛି ତେବେ ଅଫିସ ଯାଇପାରିବେ। ରାସ୍ତାରେ କୌଣସି ସମସ୍ୟା ହେବ ନାହିଁ। 4 ଚକିଆ ଗାଡି ନେଉଥିଲେ 2 ଜଣ ହିଁ ଯାଇପାରିବେ। 2 ଚକିଆ ଗାଡି ନେଉଥିଲେ ଜଣେ ହିଁ ଯାଇପାରିବ। ତାହା ପୁଣି ସକାଳ 7 ରୁ ସନ୍ଧ୍ୟା 7 ପର୍ଯ୍ୟନ୍ତ।

3. ଅରେଞ୍ଜ ଜୋନ

ଏହି ଜୋନରେ କୌଣସି କଟକଣା ନାହିଁ। ଅଫିସର ଆଇଡି କାର୍ଡ ଥିବା ଆବଶ୍ୟକ ରହିଛି। ସକାଳ 7 ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଯାଇପାରିବେ। 2 ଚକିଆ ଗାଡିରେ ଜଣେ ହିଁ ଯିବ। 4 ଚକିଆ ଗାଡିରେ 3 ଜଣ ଯାଇପାରିବେ।

4. ଗ୍ରୀନ ଜୋନ

ଏହି ଜୋନ ରେ କୌଣସି କଟକଣା ନାହିଁ। ଅଫିସର ଆଇଡି କାର୍ଡ ଥିବା ଆବଶ୍ୟକ ରହିଛି। ସକାଳ 7 ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଯାଇପାରିବେ। 2 ଚକିଆ ଗାଡି ରେ ଜଣେ ହିଁ ଯିବା। 4 ଚକିଆ ଗାଡି ରେ 3 ଜଣ ଯାଇପାରିବେ। ସନ୍ଧ୍ୟା 7 ରୁ ସକାଳ 7 ଟା ପର୍ଯ୍ୟନ୍ତ ଯଦି କୌଣସି ଅଫିସରେ ମଧ୍ୟ ରାତି ପର୍ଯ୍ୟନ୍ତ କାମ କରାଯାଉଛି ତେବେ ସରକାରଙ୍କ ଦ୍ବାରା ଅନୁମତି ନେବା ସହ ଉକ୍ତ ସଂସ୍ଥାର ଆଇଡି କାର୍ଡ ଥିବା ଆବଶ୍ୟକ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.