ETV Bharat / city

ନ୍ୟାୟ ଅପେକ୍ଷାରେ ପରିବାର, CBI ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କୁ ଚିଠି - ନ୍ୟାୟ ପାଇଁ ଧର୍ମେନ୍ଦ୍ରଙ୍କୁ ଚିଠି

ରାଜ୍ୟରେ ଅନେକ ହତ୍ୟାକାଣ୍ଡ, ଶିଶୁଚୋରି, ଅଙ୍ଗତସ୍କରୀ ଘଟଣାରେ ବହୁ ପରିବାର ନ୍ୟାୟ ପାଇ ପାରୁନାହାନ୍ତି । ଏନେଇ ନ୍ୟାୟ ଅପେକ୍ଷାରେ ଥିବା ପରିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନ୍ୟାୟପାଇଁ ଆକୁଳ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ...

ମିଳୁନି ନ୍ୟାୟ, ସିବିଆଇ ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କୁ ଚିଠି

author img

By

Published : Oct 14, 2021, 10:04 PM IST

ଭୁବନେଶ୍ବର: ରାଜ୍ୟରେ ଅନେକ ହତ୍ୟାକାଣ୍ଡ, ଶିଶୁଚୋରି, ଅଙ୍ଗତସ୍କରୀ ଘଟଣାରେ ବହୁ ପରିବାର ନ୍ୟାୟ ପାଇ ପାରୁନାହାନ୍ତି । ଏ ପରିବାରମାନଙ୍କ ଦୁଃଖ ନା ଓଡ଼ିଶା ପୋଲିସ ବୁଝୁଛି ନା ରାଜ୍ୟ ସରକାର । ଅନେକ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ନ୍ୟାୟ ଅପେକ୍ଷାରେ ଥିବା ପରିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନ୍ୟାୟପାଇଁ ଆକୁଳ ନିବେଦନ କରିଛନ୍ତି ।

ମିଳୁନି ନ୍ୟାୟ, ସିବିଆଇ ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କୁ ଚିଠି
କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାଶଙ୍କୁ ଗତ ୨୦/୭/୨୦୧୯ରେ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା । କୁଜଙ୍ଗ ଥାନାରେ ଏହାକୁ ନେଇ ହତ୍ୟା ମାମଲା ରୁଜୁ ହୋଇଥିଲା । ନ୍ୟାୟ ପାଇଁ ଅମୃତଙ୍କ ପରିବାର ସବୁ ଜାଗାର ଦ୍ଵାରସ୍ଥ ହେଲାପରେ ବି ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲାନାହିଁ । ଅମୃତଙ୍କ ମାଆ ସୁଲୋଚନା ଦାଶ, ଭାଇ ସୁବ୍ରତ ଦାଶ ବିଧାନସଭା ଆଗରେ ଗତ ୨୮/୧୧/୨୦ରେ ଆତ୍ମାହୂତି ଉଦ୍ୟମ କରିଥିଲେ । ହେଲେ ଆଜିପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ମିଳି ପାରିଲା ନାହିଁ।

ସେହିଭଳି ମାହାଙ୍ଗାରେ ଦୀପ୍ତିକାନ୍ତ ସାହୁଙ୍କୁ ଗତ ୨୮/୨ /୨୦୧୪ରେ ଅତି ନିର୍ମମଭାବେ ହତ୍ୟା କରିଥିଲେ । ମାହାଙ୍ଗା ଥାନାରେ ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଦୀପ୍ତିକାନ୍ତଙ୍କ ପରିବାର ନ୍ୟାୟ ପାଇଁ ସବୁ ଜାଗାର ଦ୍ଵାରସ୍ଥ ହେଲାପରେ ବି ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ ।

ଗତ ୭/୭/୨୦ରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଥିଲା । ନ୍ୟାୟ ପାଇଁ ଆଦିତ୍ୟଙ୍କ ପରିବାର ସବୁ ଜାଗାର ଦ୍ଵାରସ୍ଥ ହେଲାପରେ ବି ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲାନାହିଁ। ଯାଜପୁର ବିଞ୍ଝାରପୁର କୁନିଝିଅ ପିହୁ ଘର ଆଗରେ ଖେଳୁଥିବା ସମୟରେ କିଛିଲୋକ ଅପହରଣ କରି ନେଇଗଲେ । ବିଞ୍ଝାରପୁର ଥାନାରେ ନିଖୋଜ ମାମଲା ରୁଜୁ ହେଲା । ପିହୁଙ୍କ ପରିବାର ନ୍ୟାୟ ପାଇଁ ସବୁ ଜାଗାର ଦ୍ଵାରସ୍ଥ ହେଲାପରେ ବି ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳିଲାନାହିଁ ।

କେନ୍ଦ୍ରାପଡ଼ା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କୁ ଗତ ୩୧/୧/୨୦ରେ କିଛି ପ୍ରଭାବଶାଳୀ ଲୋକ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହାକୁ ନେଇ ମାର୍ଶାଘାଇ ଥାନାରେ ହତ୍ୟା ମାମଲା ରୁଜୁ ହେଲା । ରଞ୍ଜନଙ୍କ ପରିବାର ନ୍ୟାୟ ପାଇଁ ସବୁ ଜାଗାର ଦ୍ଵାରସ୍ଥ ହେଲାପରେ ନ୍ୟାୟ ମିଳିଲା ନାହିଁ । ଏଭଳି ଅନେକ ଘଟଣା ରହିଛି ଯେଉଁଥିରେ ମୃତକଙ୍କ ପରିବାର ନ୍ୟାୟ ଅପେକ୍ଷାରେ ଅଛନ୍ତି ।

ଏ ସମସ୍ତ ଘଟଣାରେ ମୃତକ ବା ନିଖୋଜ ବ୍ୟକ୍ତି ବିଶେଷଙ୍କ ପରିବାର ଲୋକେ ଏକାଠି ହୋଇ ନ୍ୟାୟ ପାଇଁ ଲଢେଇ କରୁଛନ୍ତି । ଏ ସମସ୍ତ ପରିବାର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘଟଣାକୁ ସିବିଆଇ କିମ୍ବା ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ହାତକୁ ଦେବାକୁ ଚିଠି ଲେଖି ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.